ଓଡିଶା

odisha

ETV Bharat / bharat

ଗୁଜୁରାଟରେ ପାଳନ ହେବନି ନବରାତ୍ରି ମହୋତ୍ସବ

ଚଳିତ ବର୍ଷ ଗୁଜୁରାଟରେ ନବରାତ୍ରି ମହୋତ୍ସବ ପାଳନ କରାଯିବ ନାହିଁ । କୋରୋନା ମହାମାରୀ କାରଣରୁ ରାଜ୍ୟରେ କୌଣସି ଗରବା କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱାଧୀନ ସରକାର ଘୋଷଣା କରିଛନ୍ତି।

ଗୁଜୁରାଟରେ ପାଳନ କରାଯିବ ନାହିଁ ନବରାତ୍ରି ମହୋତ୍ସବ
ଗୁଜୁରାଟରେ ପାଳନ କରାଯିବ ନାହିଁ ନବରାତ୍ରି ମହୋତ୍ସବ

By

Published : Sep 27, 2020, 1:49 PM IST

ଗାନ୍ଧୀନଗର: ଚଳିତ ବର୍ଷ ଗୁଜୁରାଟରେ ନବରାତ୍ରି ମହୋତ୍ସବ ପାଳନ କରାଯିବ ନାହିଁ । କୋରୋନା ମହାମାରୀ କାରଣରୁ ରାଜ୍ୟରେ କୌଣସି ଗରବା କାର୍ଯ୍ୟକ୍ରମକୁ ଅନୁମତି ଦିଆଯିବ ନାହିଁ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ନେତୃତ୍ୱାଧୀନ ସରକାର ଘୋଷଣା କରିଛନ୍ତି।

ସରକାର କହିଛନ୍ତି ଯେ, ଅକ୍ଟୋବର 17- 25 ଯାଏଁ ଅନୁଷ୍ଠିତ ହେବାକୁ ଥିବା ନବରାତ୍ରୀ ମହୋତ୍ସବ ରାଜ୍ୟରେ ଅନୁଷ୍ଠିତ କରାଯିବ ନାହିଁ। କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ।

ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି ଯେ, ପ୍ରତିବର୍ଷ ରାଜ୍ୟ ସରକାରଙ୍କ ଦ୍ବାରା 9 ଦିନିଆ ପାରମ୍ପାରିକ ନବରାତ୍ରୀ ମହୋତ୍ସବ ପାଳନ କରାଯାଏ । କିନ୍ତୁ ଚଳିତ ବର୍ଷ ପରିସ୍ଥିତି ଅଲଗା ରହିଛି । ରାଜ୍ୟରେ ବର୍ତ୍ତମାନ 1.3 ଲକ୍ଷ କୋରୋନା ସଂକ୍ରମିତ ଅଛନ୍ତି । ଏଥିସହ 3400 ଆକ୍ରାନ୍ତଙ୍କର କୋରୋନାରେ ମୃତ୍ୟୁ ଘଟିଛି । ଏଭଳି ସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ରାଜ୍ୟରେ ଗରବା ମହୋତ୍ସବ ପାଳନ କରାଯିବ ନାହିଁ ।

ABOUT THE AUTHOR

...view details