ଗାନ୍ଧୀନଗର: ସୋମନାଥ ମନ୍ଦିରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ । ଆଜି(ଶନିବାର) ସକାଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳୀ ରୂପାନୀ ସୋମନାଥ ମନ୍ଦିରରେ ପହଞ୍ଚି ପୂଜାଅର୍ଚ୍ଚନା କରିଛନ୍ତି।
ଏହାସହ ମହାଦେବଙ୍କ ଅଭିଷେକ ଓ ମହାପୂଜା କରିଥିଲେ। କୋରୋନା ମହାମାରୀ ପାଇଁ ଉଭୟ ଦମ୍ପତି ମାସ୍କ ପିନ୍ଧି ସମସ୍ତ ପୂଜାବିଧି ସମ୍ପର୍ଣ୍ଣ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀ ଅନେକ ସମୟରେ ଏହି ମନ୍ଦିର ପରିଦର୍ଶନରେ ଆସିଥାନ୍ତି ବିଶେଷ କରି ଶ୍ରାବଣର ପବିତ୍ର ମାସରେ।
ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ପରିଦର୍ଶନ ପାଇଁ ସୋମନାଥ ମନ୍ଦିରରେ କଡା ପୋଲିସ ବ୍ୟବସ୍ଥା କରାଯାଇଥିଲା। ସମଗ୍ର ମନ୍ଦିରକୁ ଏକ କ୍ୟାମ୍ପରେ ପରିଣତ କରାଯାଇଥିଲା। ଏହି ମନ୍ଦିର 12 ଜ୍ୟୋର୍ତିଲିଙ୍ଗ ମଧ୍ୟରୁ ପ୍ରଥମ। ଏହା ଗୁଜୁରାଟର ପର୍ଯ୍ୟଟନୀସ୍ଥଳୀ ମଧ୍ୟରୁ ଅନ୍ୟତମ।