ଓଡିଶା

odisha

ETV Bharat / bharat

ଅଗ୍ନିକାଣ୍ଡ ପରେ ଚେତିଲେ ସରକାର, କୋଚିଂ ସେଣ୍ଟରରେ ରହିବ ଅଗ୍ନି ନିର୍ବାପକ ଯନ୍ତ୍ର

ଗୁଜୁରାଟ ମୁଖ୍ୟ ସଚିବ ଡ. ଜେଏନ ସିଂହ ସୁରଟର ତକ୍ଷଶୀଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡରେ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାରେ ମୁଖ୍ୟ ଦୋଷୀଙ୍କୁ ଗିରଫ କରାଯାଇଛି । ସମସ୍ତ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖିବାକୁ ନୋଟିସ ଜାରି କରାଯାଇଛି ।

By

Published : May 26, 2019, 7:51 PM IST

ଫଟୋ ସୌଜନ୍ୟ: ଏଏନଆଇ

ଗାନ୍ଧୀନଗର: ଗୁଜୁରାଟ ସୁରଟର ତକ୍ଷଶୀଳା କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡରେ ଘଟଣାରେ ରାଜ୍ୟ ମୁଖ୍ୟ ସଚିବଙ୍କ କଡା ଆକ୍ସନ । ଗୁଜୁରାଟ ମୁଖ୍ୟ ସଚିବ ଡ.ଜଗଦିପ ନାରାୟଣ ସିଂହ ଏହି ଅଗ୍ନିକାଣ୍ଡ ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିବା ବେଳେ ଯେଉଁମାନେ ସେଠାରୁ ଦୌଡି ପଳାଇଥିଲେ ମଧ୍ୟ ସେମାନଙ୍କୁ ଗିରଫ କରାଯାଇଛି ।

ସେପଟେ ସୁରଟର 2ଟି ଅଗ୍ନିଶମ ବିଭାଗକୁ ମଧ୍ୟ ନିଲମ୍ବିତ କରାଯାଇଛି । କାରଣ ଉକ୍ତ ଅଗ୍ନିଶମ ବିଭାଗ ଅଗ୍ନିକାଣ୍ଡ ବେଳେ ସାହାଯ୍ୟ କରିବା ପରିବର୍ତ୍ତେ ଅବହେଳା କରିଥିଲେ । ତେବେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରାଯାଇ ଖୁବ ଶୀଘ୍ର ଏ ସମ୍ପର୍କରେ ଏକ ବୈଠକ କରାଯିବ ବୋଲି ଡ. ଜେଏନ ସିଂହ କହିଛନ୍ତି । ସୂଚନା ଥାଉକି ଏହି ଅଗ୍ନିକାଣ୍ଡରେ 20ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ଘଟିଛି ।

ସେହିପରି ଗୁଜୁରାଟରେ ଯେଉଁ ବିଲ୍ଡିଂ ନବନିର୍ମିତ କିମ୍ବା ପ୍ରଥମ ସ୍ତରରେ ନିର୍ମାଣ କରାଯାଉଛି ସମସ୍ତଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏପରି 9395ଟି ବିଲ୍ଡିଂକୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ସହ ସେମାନଙ୍କୁ ଜବାବ ପାଇଁ 3 ଦିନର ସମୟ ଦିଆଯାଇଛି । ସେହିପରି ସୁରଟରେ ଥିବା 1123 କୋଚିଂ ସେଣ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସମସ୍ତ କୋଚିଂ ସେଣ୍ଟରରେ ଅଗ୍ନି ନିର୍ବାପକ ଯନ୍ତ୍ର ରଖାଯାଇଛି ନା ନାହିଁ ତାହାର ଜବାବ 3 ଦିନ ମଧ୍ୟରେ ମଗାଯାଇଛି ।

ABOUT THE AUTHOR

...view details