ଗାନ୍ଧୀନଗର: ବହୁଚର୍ଚ୍ଚିତ ହାଇଦ୍ରାବାଦ ଗଣଦୁଷ୍କର୍ମରେ ସାମିଲ 4 ଅଭିଯୁକ୍ତଙ୍କୁ ପୋଲିସର ଏନକାଉଣ୍ଟର ପରେ ସାରା ଦେଶରୁ ଛୁଟୁଛି ଶୁଭେଚ୍ଛାର ସୁଅ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅନେକ ରାଜନେତା ମଧ୍ୟ ପୋଲିସର ଏପରି କାର୍ଯ୍ୟକୁ କରିଛନ୍ତି ପ୍ରଶଂସା । ଏହାରି ଭିତରେ ଗୁଜୁରାଟର ଜଣେ ବ୍ୟବସାୟୀ ତେଲାଙ୍ଗାନା ପୋଲିସକୁ 1 ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି ।
ତେଲାଙ୍ଗାନା ପୋଲିସକୁ 1ଲକ୍ଷ ଟଙ୍କା ପୁରସ୍କାର ଦେବେ ଗୁଜୁରାଟର ବ୍ୟବସାୟୀ
ତେଲାଙ୍ଗାନା ପୋଲିସର କାର୍ଯ୍ୟକୁ ପ୍ରଶଂସା କରିବା ସହ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜୁରାଟର ଜଣେ ବ୍ୟବସାୟୀ । 4 ଗଣଦୁଷ୍କର୍ମକାରୀ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇବା ପରେ ଗୁଜୁରାଟର ବ୍ୟବସାୟୀ ଏହାକୁ ପ୍ରଶଂସନୀୟ କାର୍ଯ୍ୟ ବୋଲି କହିଛନ୍ତି ।
ହାଇଦ୍ରାବାଦ ପୋଲିସ
ରାଜଭା ଗୋହିଲ ନାମକ ଏହି ବ୍ୟବସାୟୀ ତେଲାଙ୍ଗାନା ପୋଲିସର କାର୍ଯ୍ୟରେ ଅତ୍ୟନ୍ତ ଖୁସିଥିବା କହିଛନ୍ତି । ମହିଳା ଡ଼ାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ବର୍ବରୋଚିତ ହତ୍ୟା କରିଥିବା ଏହି ଅଭିଯୁକ୍ତମାନଙ୍କ ସହ ଯାହା ହୋଇଛି ଠିକ ହୋଇଛି ବୋଲି ସେ କହିଛନ୍ତି ।
ପୋଲିସର କାର୍ଯ୍ୟ ପ୍ରଶଂସନୀୟ । ଅଭିଯୁକ୍ତମାନଙ୍କୁ ହତ୍ୟା କରି ପୋଲିସ ଠିକ କରିଛି ବୋଲି କହିଛନ୍ତି ଏହି ଉଦ୍ୟୋଗପତି । ତେଣୁ ସେ ନିଜେ ହାଇଦ୍ରାବାଦ ଯାଇ ପୋଲିସକୁ ନଗଦ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।