ଗାନ୍ଧୀନଗର: ଗୁଜୁରାଟ ଉପ-ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ସଭାପତି ସି ଆର ପାଟିଲ ଚାରି ଦିନିଆ ସୌରାଷ୍ଟ୍ର ଅଞ୍ଚଳ ଗସ୍ତ କରିଛନ୍ତି । ତେବେ ଏହି ସମୟରେ ସେ ଭିଡ ଭିଡ଼ ଜମାଇ କୋରୋନା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି । ଗୁଜୁରାଟରେ ପ୍ରତିଦିନ 1000 ରୁ ଅଧିକ କୋରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସୁଥିବା ବେଳେ ପାଟିଲଙ୍କ ନିର୍ବାଚନ ଯାତ୍ରା ଏକ ବିବାଦୀୟ ପ୍ରସଙ୍ଗ ପାଲଟିଛି ।
ସୋମନାଥ ମନ୍ଦିରରେ ଦର୍ଶନ ପରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ତେବେ କୋରୋନା ମହାମାରୀ ଯୋଗୁଁ ସମସ୍ତ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି । ତେବେ ଏହି ସମୟରେ ପାଟିଲଙ୍କୁ ନିର୍ବାଚନୀ ପ୍ରଚାର ପାଇଁ କିଭଳି ଅନୁମତି ମିଳିଲା ସେନେଇ ପ୍ରଶ୍ନ ଉଠାଯାଉଛି । ଏହା ବ୍ୟତୀତ ଦଳର ନେତାଙ୍କ ଦ୍ବାରା ସାମାଜିକ ଦୂରତ୍ବ ନିୟମର ଉଲ୍ଲଂଘନ କରାଯାଉଥିଲା । ହେଲେ ପାଟିଲଙ୍କ ସୁରକ୍ଷା ପାଇଁ ନିୟୋଜିତ ପୋଲିସ ଫୋର୍ସ ଏହି ସମୟରେ ମୂକ ଦର୍ଶକ ସାଜିଥିଲେ । ଯାହାକୁ ନେଇ ବିବାଦ ବଢିବାରେ ଲାଗିଛି ।