ଅହମଦାବାଦ: ଗୁଜରାଟ ବାନସକାଣ୍ଠାର ତ୍ରିଶୂଳଘାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଯାତ୍ରୀବାହୀ ବସ୍ ଓଲଟି ଯିବା ଫଳରେ ୨୧ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏଥିସହ ୧୦ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ ଓଲଟି 21 ମୃତ - Gujarat banaskantha bus accident
ଗୁଜୁରାଟ ବାନସକାଣ୍ଠାରେ ବସ୍ ଦୁର୍ଘଟଣା । ୨୧ ଯାତ୍ରୀ ପ୍ରାଣ ହରାଇ ଥିବାବେଳେ ଅନେକ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...
![ଗୁଜୁରାଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ବସ ଓଲଟି 21 ମୃତ](https://etvbharatimages.akamaized.net/etvbharat/prod-images/768-512-4601625-thumbnail-3x2-bus-accident.jpg)
ଫଟୋ ସୌଜନ୍ୟ: ଏଏନଆଇ
ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ। ସ୍ଥାନୀୟ ପ୍ରଶାସନ ଆହତ ମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ଷା ଫଳରେ କାଦୁଅ ରାସ୍ତାରେ ବସ୍ ଟାୟାର ଖସି ଯିବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଏସପି ଅଜିତ ରାଜିୟନ କହିଛନ୍ତି ।