ଗାନ୍ଧିନଗର: ଗୁଜୁରାଟର ଅହମ୍ମଦାବାଦ ରେଳ ଷ୍ଟେସନରେ ଏକ ବ୍ୟାଗେଜ୍ ସାନିଟାଇଜେସନ୍ ଏବଂ ରାପିଂ ମେସିନ୍ ସଫଳତାର ସହ ଶୁଭାରମ୍ଭ ହୋଇଛି । ଭାରତୀୟ ରେଳପଥରେ ଏହା ପ୍ରଥମ ଅଟେ । ଅନଲକ୍ -1 ପରେ ପରିବହନ ଏବଂ ଭ୍ରମଣ ସେବାକୁ ବିଚାରକୁ ନେଇ ଡିଭିଜନ୍, ବ୍ୟାଗେଜ୍ ସାନିଟାଇଜେସନ୍ ଏବଂ ରାପିଙ୍ଗ୍ ମେସିନ୍ ଆଣି ମହାମାରୀ ମଧ୍ୟରେ ସୁରକ୍ଷିତ ଯାତ୍ରା ନିଶ୍ଚିତ କରିଛନ୍ତି । ଆତ୍ମନିର୍ଭର ଭାରତ ଧାରଣା ଅନୁଯାୟୀ ସ୍ଥାପିତ ବ୍ୟାଗେଜ୍ ସାନିଟାଇଜେସନ୍ ଏବଂ ରାପିଙ୍ଗ୍ ମେସିନ୍ ଅତି ବାଇଗଣି ରଶ୍ମି ବ୍ୟବହାର କରି ଲଗେଜ୍ 360 ଡିଗ୍ରୀ ସାନିଟାଇଜେସନ୍ ସୁନିଶ୍ଚିତ କରେ ।
ଅହମ୍ମଦାବାଦ ଷ୍ଟେସନରେ ଆରମ୍ଭ ହେଲା ବ୍ୟାଗେଜ୍ ସାନିଟାଇଜେସନ-ରାପିଂ ମେସିନ୍ - ବ୍ୟାଗେଜ୍ ସାନିଟାଇଜେସନ-ରାପିଂ ମେସିନ୍
ଗୁଜୁରାଟର ଅହମ୍ମଦାବାଦ ରେଳ ବିଭାଗ ଅହମ୍ମଦାବାଦ ରେଳ ଷ୍ଟେସନରେ ଏକ ବ୍ୟାଗେଜ୍ ସାନିଟାଇଜେସନ୍ ଏବଂ ରାପିଂ ମେସିନ୍ ସଫଳତାର ସହ ଶୁଭାରମ୍ଭ କରିଛି । ଭାରତୀୟ ରେଳପଥରେ ଏହା ପ୍ରଥମ ଅଟେ । ଅଧିକ ପଢନ୍ତୁ...
![ଅହମ୍ମଦାବାଦ ଷ୍ଟେସନରେ ଆରମ୍ଭ ହେଲା ବ୍ୟାଗେଜ୍ ସାନିଟାଇଜେସନ-ରାପିଂ ମେସିନ୍ ଅହମ୍ମଦାବାଦ ଷ୍ଟେସନରେ ଆରମ୍ଭ ହେଲା ବ୍ୟାଗେଜ୍ ସାନିଟାଇଜେସନ-ରାପିଂ ମେସିନ୍](https://etvbharatimages.akamaized.net/etvbharat/prod-images/768-512-12:49:36:1598339976-2020-08-24-1-2508newsroom-1598339935-83.jpg)
ଏକ ଘରୋଇ ଉଦ୍ୟୋଗ ଦ୍ୱାରା ସ୍ୱଦେଶୀ ନିର୍ମିତ ଏହି ମେସିନ୍ ସ୍ଥାପିତ ହୋଇଛି, ଯାହା ସଫଳତାର ସହିତ ଚାଲୁଛି। ଅହମ୍ମଦାବାଦ ରେଳ ଷ୍ଟେସନରେ ପ୍ରାୟ 69 ବର୍ଗ ମିଟର ଜାଗାରେ ଏହି ମେସିନ୍ ସ୍ଥାପିତ ହୋଇଛି ଯାହାକି ଅହମ୍ମଦାବାଦ ଡିଭିଜନକୁ ଅତିରିକ୍ତ ରାଜସ୍ୱ ପାଇବାରେ ସାହାଯ୍ୟ କରୁଛି । ତେବେ ବ୍ୟାଗରେ ରଖାଯାଇଥିବା ଟିଫିନ୍, ଖାଦ୍ୟ, ପନିପରିବା କିମ୍ବା ପାଣି ଉପରେ ଅତି ବାଇଗଣି ରଶ୍ମିର କୌଣସି କ୍ଷତିକାରକ ପ୍ରଭାବ ପଡିବ ନାହିଁ ବୋଲି ଅହମ୍ମଦାବାଦ ଡିଭିଜନାଲ ରେଳ ପରିଚାଳକ ଦୀପକ କୁମାର ଝା କହିଛନ୍ତି ।
ଏହି ସେବାର ଦେୟ ଲଗେଜର ଆକାର ଏବଂ ଓଜନ ଉପରେ ନିର୍ଭର କରେ । ମହାମାରୀ ମଧ୍ୟରେ ରେଳବାଇ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏହା ଏକ ଆଦର୍ଶ ସମାଧାନ ।