ଚେନ୍ନାଇ: କୋରୋନା ଆକ୍ରାନ୍ତରେ ଦେଶରେ 3ଟି ରାଜ୍ୟର ଅବସ୍ଥା ସାଙ୍ଘାତିକ ହୋଇଛି । ମହାରାଷ୍ଟ୍ର ପରେ ଗୁଜରାଟ ଓ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର ପାର କରିଛି । ଏବେ ଉଭୟ ରାଜ୍ୟରେ ମୋଟ ଆକ୍ରାନ୍ତ 11 ହଜାର ପାଖାପାଖି ପହଞ୍ଚିଛି ।
ଗତ 24 ଘଣ୍ଟାରେ ଗୁଜରାଟରେ 348ଟି ନୂଆ କେସ ବାହାରିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10 ହଜାର 989 ରହିଛି । ଏବେ ଯାଏଁ ମୋଟ 625 ଜଣଙ୍କର ଏହି ମହାମାରୀରେ ଜୀବନ ଯାଇଛି । ସେହିପରି 4308 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।