ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ: ଗୁଜରାଟରେ 7000 ପାର, ତାମିଲନାଡୁରେ ଟପିଲା 5000 - ଗୁଜରାଟରେ 7000 ପାର କୋରୋନା ଆକ୍ରାନ୍ତ

ଗୁଜରାଟରେ ଗତ 24 ଘଣ୍ଟାରେ 388 ନୂଆ ମାମଲା ବାହାରିଛି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 7000 ପାର କରିଛି । ଅଧିକ ପଢନ୍ତୁ...

କୋରୋନା ଅପଡେଟ: ଗୁଜରାଟରେ 7000 ପାର, ତାମିଲନାଡୁରେ ଟପିଲା 5000
କୋରୋନା ଅପଡେଟ: ଗୁଜରାଟରେ 7000 ପାର, ତାମିଲନାଡୁରେ ଟପିଲା 5000

By

Published : May 8, 2020, 1:05 AM IST

ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 50 ହଜାର ଉପରେ ପହଞ୍ଚିଛି । ପ୍ରତିଦିନ ହଜାରରୁ ଅଧିକ ଆକ୍ରାନ୍ତ ବାହାରୁଛନ୍ତି । ମହାରାଷ୍ଟ୍ର, ଦିଲ୍ଲୀ, ଗୁଜରାଟ, ତାମିଲନାଡୁ, ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନାର ଅବସ୍ଥା ସାଙ୍ଘାତିକ ପାଲଟିଛି ।

ଗୁଜରାଟରେ ଗତ 24 ଘଣ୍ଟାରେ 388 ନୂଆ ମାମଲା ବାହାରିଛି । ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା 7000 ପାର କରିଛି । ମହାରାଷ୍ଟ୍ର ପରେ ଏହା ଦ୍ବିତୀୟ ସର୍ବାଧିକ ଆକ୍ରାନ୍ତ ରାଜ୍ୟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 7013 ଥିବାବେଳେ ମୃତ୍ୟୁ ସଂଖ୍ୟା 425 ରହିଛି । ସେହିପରି 1709 ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା 5000 ଟପିଥିବା ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଗୁରୁବାର 580 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ଚେନ୍ନାଇର କୋୟମବେଡୁ ମାର୍କେଟରେ ସର୍ବାଧିକ ଆକ୍ରାନ୍ତ ରହିଛନ୍ତି । ଏହାସହ 2 ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ 5409 ଛୁଇଁଛି । 37 ଜଣଙ୍କର ମୃତ୍ୟୁ ହୋଇଛି ।

ସୌଜନ୍ୟ@ANI

ABOUT THE AUTHOR

...view details