ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଆସନ୍ତା 24 ଓ 25ରେ ଭାରତ ଗସ୍ତରେ ଆସିବେ । ତାଙ୍କ ସ୍ବାଗତକୁ ନେଇ ଭାରତରେ ଜୋରସୋରରେ ପ୍ରସ୍ତୁତି ଚାଲିଛି । ଟ୍ରମ୍ପ ପ୍ରଥମେ ଗୁଜୁରାଟର ଅହମ୍ମଦାବାଦ ଗସ୍ତ କରି ସେଠାରେ ଏକ ରୋଡ ସୋ କରିବେ।
ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ କ୍ରିକେଟ ଷ୍ଟାଡିୟମର ମଧ୍ୟ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସେ ଦିଲ୍ଲୀ ଆସି ସେଠାରେ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ । ରାଷ୍ଟ୍ରପତିଙ୍କ ଦୁଇ ଦିବସୀୟ ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଯାଞ୍ଚ କରାଯାଇଛି । ଆପଣଙ୍କୁ କହିରଖୁଛୁ ଯେ, ଟ୍ରଙ୍କ ବିଦେଶ ଗସ୍ତ ପୂର୍ବରୁ ଆମେରିକା ସିକ୍ରେଟ ସର୍ଭିସ ପୂରା ଆୟୋଜନ କରିଥାନ୍ତି । ତାଙ୍କ ଏଜେଣ୍ଟଙ୍କ ଦ୍ବାରା ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ପ୍ରତି ମୂହର୍ତ୍ତରେ ପ୍ରସ୍ତୁତଥାନ୍ତି । ଆସନ୍ତୁ ଜାଣିବା ଅହମ୍ମଦାବାଦ ଗସ୍ତରେ କିପରି ରହିବ ଟ୍ରମ୍ପଙ୍କ ସୁରକ୍ଷା ବ୍ୟବସ୍ଥା...
- 25 IPS ଅଫିସରଙ୍କ ନେତୃତ୍ବରେ ଗଠିତ ଟିମ
ପ୍ରଧାନମନ୍ତ୍ରୀ ମୋଦି ଓ ଟ୍ରମ୍ପ 22 କିମି ଲମ୍ବା ରୋଡ ଶୋ କରିବେ । ଯାହା ଅହମ୍ମଦାବାଦ ବିମାନବନ୍ଦରରୁ ଆରମ୍ଭ ହୋଇ ସାବରମତି ଆଶ୍ରମ ଏବଂ ଇନ୍ଦିରା ବ୍ରିଜ ହୋଇ ମୋଟିରା ଷ୍ଟାଡିୟମରେ ସରିବ । ଏହାଦ୍ବାରା ତାଙ୍କ ସୁରକ୍ଷାରେ 25 IPS ଅଫିସରଙ୍କ ନେତୃତ୍ବରେ ଟିମ ପ୍ରସ୍ତୁତ ରହିବ ।
-NSGର ଟିମ ପ୍ରସ୍ତୁତ
ପୋଲିସ ଉପାଯୁକ୍ତ ବିଜୟ ପଟେଲ କହିଛନ୍ତି ଯେ, ଏହା ଜରିଆରେ ଏନଏସଜିର ଆଣ୍ଟି ସ୍ନାଇପର ଟିମ ମଧ୍ୟ ମୁତୟନ ରହିବେ । ବରିଷ୍ଠ ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ, ତଦନ୍ତ ଓ ବୋମା ନିରୋଧକ କାର୍ଯ୍ୟ ପାଇଁ ଏମନାନେ ନିୟୋଜିତ ଥାନ୍ତି ।
-10,000 ପୋଲିସକର୍ମୀଙ୍କ ଦ୍ବାରା ସୁରକ୍ଷା ଘେରା