ନୂଆଦିଲ୍ଲୀ: ଗୁରୁବାର ବସିଥିବା ଜିଏସଟି କାଉନସିଲ ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦୁଇଟି ବିକଳ୍ପ ଥିବା ପ୍ରସ୍ତାବରେ ଅନେକ ବିରୋଧୀ ଦଳ ଶାସିତ ରାଜ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏବର୍ଷ ସେମାନଙ୍କ ରାଜସ୍ବ ସଂଗ୍ରହରେ ନିଅଣ୍ଟ ପରିମାଣକୁ ଭରଣା କରିବା ପାଇଁ ରିଜର୍ଭ ବ୍ୟାଙ୍କର ଏକ ସୂତ୍ର ଅନୁଯାୟୀସେମାନଙ୍କୁ ଋଣ କରିବାକୁ ପଡ଼ିବ ।
ଅନ୍ୟୁନ ଦୁଇଟି ରାଜ୍ୟର ଅର୍ଥମନ୍ତ୍ରୀ କେରଳର ଅର୍ଥମନ୍ତ୍ରୀ ଥୋମାସ ଆଇଜାକ୍ ଏବଂ ପଂଜାବର ଅର୍ଥମନ୍ତ୍ରୀ ମନପ୍ରୀତ୍ ବାଦଲ କେନ୍ଦ୍ରର ଏହି ପ୍ରସ୍ତାବ ସେମାନଙ୍କ ଉପରେ ଲଦି ଦିଆଯାଉଥିବା କହି ଜନସାଧାରଣରେ କେନ୍ଦ୍ର ବିରୋଧରେ ବିଷୋଦଗାର କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ଅଧିକ ଜାଣିଥିବା ବ୍ୟକ୍ତିବିଶେଷଙ୍କ ଅନୁଯାୟୀ ବିହାର ହେଉଛି ଏକ ରାଜ୍ୟ ଯେ କି ବୈଠକ ଆରମ୍ଭରୁ ଋଣ କରିବା ଉପରେ ତାହାର ଆଗ୍ରହ ଦେଖାଇ ଆସିଥିଲା। କିନ୍ତୁ ଅନ୍ୟ ରାଜ୍ୟଗୁଡ଼ିକ ସାମ୍ବିଧାନିକ ଦୃଷ୍ଟିରୁ ସେମାନଙ୍କ ପ୍ରାପ୍ୟ ଗ୍ୟାରେଣ୍ଟି ପରିମାଣ ଜିଏସଟି କେନ୍ଦ୍ର ସରକାର ଋଣ କରି ଆଣି ସେମାନଙ୍କୁ ଦିଅନ୍ତୁ ବୋଲି ଦାବି କରିଥିଲେ।
“ରାଜସ୍ବ ନିଅଣ୍ଟ ଭରଣା କରିବାକୁ ଟଙ୍କା ଋଣ କରିବାକୁ ବିହାର ରାଜି ହୋଇଥିବା ବେଳେ ଅନ୍ୟ ରାଜ୍ୟଗୁଡିକ ଏହାକୁ ବିରୋଧ କରିଥିଲେ,” ଜିଏସଟି କାଉନସିଲ ବୈଠକର ପ୍ରାରମ୍ଭିକ ଆଲୋଚନାର ବିସ୍ତୃତ ତଥ୍ୟ ଜାଣିଥିବା ଜଣେ ବ୍ୟକ୍ତି ଇଟିଭି ଭାରତକୁ କହିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲର 41ତମ ବୈଠକ ଆରମ୍ଭରେ ଦେଇଥିବା ସୂଚନାରେ ଏହା ମଧ୍ୟ ସ୍ବୀକାର କରିଥିଲେ ଯେ, ବସ୍ତୁତଃ କୋଭିଡ-19 ଲକ୍ ଡାଉନ୍ ପଦକ୍ଷେପ କାରଣରୁ ଏପରି ବ୍ୟବସ୍ଥା କରାଯାଇଛି। କିନ୍ତୁ ରାଜ୍ୟ ଗୁଡ଼ିକ କେନ୍ଦ୍ର ସରକାର ଟଙ୍କା ଋଣ କରି ସାମ୍ବିଧାନିକ ବ୍ୟବସ୍ଥା ମୁତାବକ ନିଶ୍ଚିତ ଜିଏସଟି ପ୍ରାପ୍ୟ ପ୍ରଦାନ କରିବାକୁ ଦାବି କରିଥିଲେ।
“ପ୍ରଥମରେ କିଛି ରାଜ୍ୟ କେନ୍ଦ୍ର ସରକାର ଋଣ ଆଣନ୍ତୁ ବୋଲି କହିଥିଲେ, ଏହାପରେ ପ୍ରକୃତରେ କେତେ ପରିମାଣ ନିଅଣ୍ଟ ଅଛି ତାହା ଜଣାପଡ଼ିଥିଲା। ଏବଂ ତାପାରେ ମୁଁ ରାଜ୍ୟ ଗୁଡ଼ିକ ଆଗରେ ଦୁଇଟି ବିକଳ୍ପ ରଖିଥିଲି, ଯେଉଁଥିଲେ ରାଜ୍ୟ ଗୁଡ଼ିକୁ ନିଅଣ୍ଟ ପରିମାଣ ଋଣ କରିବାକୁ କୁହାଯାଇଥିଲା,” ବୋଲି ନିର୍ମଳା ସୀତାରମଣ କହିଥିଲେ। ଅର୍ଥମନ୍ତ୍ରୀଙ୍କ ବିବୃତିରୁ କେନ୍ଦ୍ର ସରକାର ସାମ୍ବିଧାନିକ ଏବଂ ଆଇନଗତ ଦାୟିତ୍ବ ଅନୁଯାୟୀ ଜିଏସଟି କ୍ଷତିପୂରଣ ପ୍ରଦାନ କରିବାକୁ ଋଣ କରିବା ଉଚିତ୍ ବୋଲି ରାଜ୍ୟଗୁଡିକ ଦାବି କରୁଥିବା ସ୍ବଷ୍ଟ ହୋଇଥିଲା।
ସେ କହିଛନ୍ତି ଯେ, “ କାହିଁକି କେନ୍ଦ୍ର ଋଣ କରିବ ନାହିଁ ଏବଂ ରାଜ୍ୟ ଗୁଡ଼ିକ ଋଣ କରିବା ଅପେକ୍ଷାକୃତ ଭଲ ହେବ ବୋଲି ଆମେ ସେମାନଙ୍କୁ ବୁଝାଇ ଦେଇଛୁ। ଆହୁରି ମଧ୍ୟ ଆମେ କହିଛୁ ଯେ ବଜାରରେ ହଇଚଇ ଓ ଲୋକଙ୍କ ଭିଡ଼ ନକରି ରାଜ୍ୟ ଗୁଡ଼ିକ ଯଦି ଋଣ କରିବେ ତେବେ ଆମେ ରିଜର୍ଭ ବ୍ୟାଙ୍କ ଜରିଆରେ ଏହି ସୁବିଧା ପହଞ୍ଚାଇଦେବୁ।”