ଓଡିଶା

odisha

ETV Bharat / bharat

ଉବୁଟୁବୁ ଦରଭଙ୍ଗା: କିପରି ରହିଛି ବନ୍ୟା ସ୍ଥିତି, ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ - ବିହାର ବନ୍ୟା

ଜଳବନ୍ଦୀ ଘେରରେ ବିହାର ଜିଲ୍ଲାର କେଓ୍ବଟୀ ବ୍ଲକର ରସଲପୁର ଗାଁ । କିପରି ରହିଛି ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ..

ଉବୁଟୁବୁ ଦରଭଙ୍ଗା, କିପରି ରହିଛି ବନ୍ୟା ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ
ଉବୁଟୁବୁ ଦରଭଙ୍ଗା, କିପରି ରହିଛି ବନ୍ୟା ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

By

Published : Jul 28, 2020, 2:09 PM IST

ପାଟନା: ବାଗମତି, କୋଶି, କମଲା ବଲାନ ଓ ଅଧଓ୍ବାରା ଆଦି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଉତ୍ତର ବିହାର ଏବେ ଉବୁଟୁବୁ । ଖାସ କରି ଦରଭଙ୍ଗା ଜିଲ୍ଲା ଏବେ ଜଳବନ୍ଦୀରେ । ଏପଟେ ବନ୍ୟା ପ୍ରପୀଡିତଙ୍କ ପାଇଁ ଏସଡିଆରଏଫର ଟିମ ଦେବଦୂତ ସାଜିଛନ୍ତି ।

କେଓ୍ବଟୀ ବ୍ଲକରେ ଏସଡିଆରଏଫର 3ଟି ଟିମ ନିୟୋଜିତ ଅଛନ୍ତି । କିନ୍ତୁ ପୂର୍ବ ବର୍ଷ ଭଳି ଚଳିତବର୍ଷ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ପର୍ଯ୍ୟାପ୍ତ ସଂଖ୍ୟକ ଡଙ୍ଗା ଦିଆଯାଇ ନାହିଁ । ଫଳରେ ପ୍ରପୀଡିତମାନେ ରାସନ ଠାରୁ ଆରମ୍ଭ କରି ଅତ୍ୟାବଶ୍ୟକ ଜିନିଷ ନେଇ ପାରୁନାହାଁନ୍ତି । ଯାହାଫଳରେ ଲୋକମାନେ ପ୍ରଶାସନ ଓ ଜନପ୍ରତିନିଧିଙ୍କ ଉପରେ କ୍ଷୁବ୍ଧ ଅଛନ୍ତି ।

ଉବୁଟୁବୁ ଦରଭଙ୍ଗା, କିପରି ରହିଛି ବନ୍ୟା ସ୍ଥିତି ଦେଖନ୍ତୁ ଗ୍ରାଉଣ୍ଡ ଜିରୋ ରିପୋର୍ଟ

ଏସଡିଆରଏଫ ଟିମଙ୍କ ସହ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ମଧ୍ୟ ରହିଛନ୍ତି । ଏହି ଟିମ କେବଳ ଉଦ୍ଧାର କାର୍ଯ୍ୟ କରୁ ନାହିଁ ଲୋକଙ୍କ ଜରୁରୀ କାମ ପାଇଁ ଘରୁ ନେବା ଆଣିବା ମଧ୍ୟ କରୁଛି । ଏସଡିଆରଏଫ ବୋଟ୍‌ରେ ଇଟିଭି ଭାରତର ଟିମ ଜଳଘେରରେ ରହିଥିବା କେଓ୍ବଟୀ ବ୍ଲକର ରସଲପୁର ଗାଁରେ ଗ୍ରାଉଣ୍ଡ ରିପୋର୍ଟିଂ ପାଇଁ ପହଞ୍ଚିଥିଲା ।

ଜଳବନ୍ଦୀରେ ରସଲପୁର ଗାଁ

ସେଠାକାର ସ୍ଥାନୀୟ ବାସିନ୍ଦା ଫୁଲକି ଦେବୀ କହିଛନ୍ତି ଯେ, ଗାଁ ସମ୍ପୂର୍ଣ୍ଣ ଜଳବନ୍ଦୀରେ ରହିଛି । କେହି ଆମକୁ ପଚାରୁ ନାହାଁନ୍ତି ।

ସେହିପରି ଜଣେ ଦିବ୍ୟାଙ୍ଗ ଭଗବତୀ ଦେବୀ କହିଛନ୍ତି ଯେ ଗରିବଙ୍କୁ କେହି ପଚାରୁ ନାହାଁନ୍ତି । ଯାହା ବି ସାହାଯ୍ୟ ଆସୁଛି ସକ୍ଷମ ଲୋକ ହଡପ କରି ନେଉଛନ୍ତି ।

ବନ୍ୟା ପାଣିରେ ଉବୁଟୁବୁ ଘର

ଅନ୍ୟପଟେ ଏସଡିଆରଏଫର କନେଷ୍ଟବେଳ ରାଜୀବ ରଞ୍ଜନ କହିଛନ୍ତି ଯେ, ଗାଁରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରୁଛୁ । ରାସନ,ଔଷଧ କୌଣସି ଅତ୍ୟାବଶ୍ୟକ ଜିନିଷ ଆଣିବା ପାଇଁ ଲୋକଙ୍କୁ ଯାତାୟତରେ ସାହାଯ୍ୟ କରୁଛୁ । ବହୁତ ସାବଧାନ ସହ ଏହି ଅପରେସନ ଚାଲିଛି । 9ଜଣିଆ ସଦସ୍ୟର ଆମ ଟିମ 3-3ଗ୍ରୁପରେ ଅନ୍ୟ ଅନ୍ୟ ଗାଁରେ କାମ କରୁଛୁ ।

ଏସଡିଆରଏଫ ଟିମ

ସେହିପରି କେଓ୍ବଟୀ ସିଏଚସିର ହେଲଥ ସୁପରଭାଇଜର କୃଷ୍ଣା କୁମାର କହିଛନ୍ତି ଯେ, ଏସଡିଆରଏଫ ବୋଟରେ ସେମାନଙ୍କ ସହ ବନ୍ୟା ପ୍ରଭାବିତ ଗାଁକୁ ଯାଉ । ସେଠାରେ କାହାକୁ ସାମାନ୍ୟ ଥଣ୍ଡା କାଶ ଥିଲେ ଚିକିତ୍ସା କରୁଛି । ଏହା ବ୍ୟତୀତ କେହି ଗମ୍ଭୀର ରୋଗରେ ପୀଡିତ ଥିଲେ ଓ ଗର୍ଭବତୀ ଥିଲେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥାଉ ।

ବନ୍ୟାରେ ପ୍ରଭାବିତ ଗ୍ରାମବାସୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details