ନୂଆଦିଲ୍ଲୀ: ସର୍ବଦା ପୁଅର ବିବାହ ପାଇଁ ମା' ଖୋଜିଥାଏ ସୁନାନାକି କନିଆଟିଏ। କେମିତି ଧୂମଧାମରେ ବାହାଘର କରି ବୋହୂକୁ ଘରକୁ ପାଛୋଟି ଆଣିବେ। ହେଲେ ଏବେ ଆପଣ ଯେଉଁ ଖବର ଶୁଣିବେ ଟିକେ ଆଶ୍ଚର୍ଯ୍ୟ ଲାଗିବ। କାରଣ ଏଠି ବିଧବ ମା' ପାଇଁ ପୁଅ ଖୋଜୁଛି ଭଲ ବର ପାତ୍ର। ଏଭଳି ଏକ ରୋଚକ ଖବର ଆସିଛି ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲା ଫ୍ରେଞ୍ଚ କଲୋନୀରୁ। ଗୌରବ ଅଧିକାରୀ ନାମକ ଜଣେ ଯୁବକ ନିଜ ବିଧବା ମା' ପାଇଁ ଖୋଜୁଛନ୍ତି ବର।
ମା' କନିଆ ଏବଂ ପୁଅ ମଧ୍ୟସ୍ଥି, ଚାଲିଛି ବର ଖୋଜା - widowed mother
ବିଧବା ମା' ପାଇଁ ଚାଲିଛି ବର ଖୋଜା। ସେ ଯୋଗ୍ୟ ବରପାତ୍ର ଚୟନ ପାଇଁ ପୁଅ ଚଳାଇଛି ପ୍ରୟାସ। ତେବେ ଏପରି ଯୋଗ୍ୟବନ୍ତ ପୁଅର ଉଦ୍ୟମକୁ ସମସ୍ତେ ପ୍ରଶଂସା କରିଛନ୍ତି। ଅଧିକ ଖବର ପଢନ୍ତୁ...
ଗୌରବଙ୍କ ମା'ଙ୍କ ବୟସ 45 ବର୍ଷ। ତାର ପିତାଙ୍କ ମୃତ୍ୟୁ 5 ବର୍ଷ ତଳେ ହୋଇଛି। ଗୌରବଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମା ଡୋଳା ଅଧିକାରୀ ଜୀବନରେ ସମ୍ପୂର୍ଣ୍ଣ ଏକାକୀ ହେବା ସହ ଭାଙ୍ଗିପଡିଛନ୍ତି। ଏହାସହ ଗୌରବ ଚାକିରୀ କରୁଥିବାରୁ ମା'ଙ୍କୁ ସଠିକ୍ ଭାବେ ସମୟ ଦେଇପାରୁନାହିଁ। ତେଣୁ ଏଭଳି ଏକ ପରିସ୍ଥିତିରେ ମା'ଙ୍କୁ ଜୀବନ ସାଥୀର ଆବଶ୍ୟକତା ରହିଛି ବୋଲି ଫେସବୁକ୍ ପୋଷ୍ଟ କରି ଲେଖିଛନ୍ତି ଗୌରବ।
ସେ ଆହୁରୀ ମଧ୍ୟ ଲେଖିଛନ୍ତି କି ତାଙ୍କ ମା' ବହି ପଢିବାକୁ ଓ ଗୀତ ଶୁଣିବାକୁ ବହୁତ ଭଲ ପାଆନ୍ତି। ଏହାପରେ ବି ଜଣେ ଜୀବନ ସାଥୀର ସ୍ଥାନ ଏସବୁ ନେଇପାରିବ ନାହିଁ। ତେଣୁ ସେ ମା'ଙ୍କ ପାଇଁ ଜୀବନ ସାଥୀ ଖୋଜୁଛନ୍ତି। ତେଣୁ ବର ପାତ୍ର ଜଣ ସ୍ବବାଲମ୍ବୀ ହେବା ନିହାତୀ ଜରୁରୀ। ତେବେ ପୁଅର ଏଭଳି କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବା ସହ ଫେସବୁକର ଏହି ପୋଷ୍ଟକୁ 3400 ଥର ସେୟାର କରାଯାଇଛି।