ଚେନ୍ନାଇ: ଲଦାଖ ସୀମା ଗଲୱାନ ଭ୍ୟାଲିରେ ଚୀନ ସେନା ଗୁଳିରେ ଭାରତୀୟ ସେନାର ଜଣେ ଅଧିକାରୀ ଏବଂ ୨ ଯବାନ ଶହୀଦ ହୋଇଛନ୍ତି । ଏଥିରେ ତାମିଲନାଡୁର ରାମନାଥପୁରମ ଜିଲ୍ଲାର ଯବାନ ପାଜହାନୀ ଶହୀଦ ହୋଇଛନ୍ତି । ପାଜହାନୀଙ୍କ ଶହୀଦ ହେବା ଖବର ଶୁଣିବାରେ ପରେ ତାଙ୍କ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ପାଜହାନୀ 22 ବର୍ଷ ଧରି ଭାରତୀୟ ସେନାରେ କାର୍ଯ୍ୟରତ ରହିଛନ୍ତି । ପାଜହାନୀଙ୍କ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ରହିଛି । ତାଙ୍କ ଭାଇ ମଧ୍ୟ ସେନାରେ କାର୍ଯ୍ୟରତ । ସେ ବର୍ତ୍ତମାନ ରାଜସ୍ଥାନରେ ଅବସ୍ଥାପିତ ରହିଛନ୍ତି ।