ଓଡିଶା

odisha

କାଶ୍ମୀର ବିଶ୍ବବିଦ୍ୟାଳୟ ଗେଟ ସାମନାରେ ଗ୍ରେନେଡ ମାଡ, 2 ଆହତ

By

Published : Nov 26, 2019, 4:38 PM IST

କାଶ୍ମୀର ବିଶ୍ବବିଦ୍ୟାଳୟ ସମ୍ମୁଖରେ ଗ୍ରେନେଡ ମାଡ କରିଛନ୍ତି ଆତଙ୍କୀ । 2 ସାଧାରଣ ନାଗରିକ ଆହତ ।

Grenade attack outside Kashmir University gate
ଫାଇଲ ଫଟୋ

ଜମ୍ମୁ: କାଶ୍ମୀର ବିଶ୍ବବିଦ୍ୟାଳୟ ଗେଟ୍ ବାହାରେ ଗ୍ରେନେଡ ମାଡ । ମଙ୍ଗଳବାର ବିଶ୍ବବିଦ୍ୟାଳୟ ସାମ୍ନାରେ ଆତଙ୍କବାଦୀ ଗ୍ରେନେଡ ମାଡ କରିଥିବା ସୂଚନା । ଏହି ଆକ୍ରମଣରେ ଦୁଇ ସ୍ଥାନୀୟ ନାଗରିକ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଲକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଏହା ପୂର୍ବରୁ ନଭେମ୍ବର 4ରେ ଶ୍ରୀନଗର ସହରର ଭିଡ ସ୍ଥାନରେ ଗ୍ରେନେଡ ମାଡ କରାଯାଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ 38ଜଣ ଆହତ ହୋଇଥିଲେ । ଭାରତୀୟ ସେନାଙ୍କ ସତର୍କତା ଓ ଜିରୋ ଟଲେରାନ୍ସ ନୀତି କାରଣରୁ କାଶ୍ମୀରରେ ଆତଙ୍କୀ ଆକ୍ରମଣ କମିଯାଇଛି । ତେବେ ଆତଙ୍କବାଦୀ ମାନେ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ବାରମ୍ବାର ଗ୍ରେନେଡ ଆକ୍ରମଣ କରୁଛନ୍ତି ।

For All Latest Updates

TAGGED:

ABOUT THE AUTHOR

...view details