ଓଡିଶା

odisha

ETV Bharat / bharat

କୁଲଗାମରେ ସିଆରପିଏଫ ଶିବିରକୁ ଗ୍ରେନେଡ ମାଡ - ସିଆରପିଏଫ ଶିବିର ଉପରେ ଗ୍ରେନେଡ ମାଡ

କୁଲଗାମର କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ର ଏକ ଶିବିରକୁ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ ।

ଫାଇଲ ଫଟୋ

By

Published : Oct 23, 2019, 9:09 PM IST

Updated : Oct 23, 2019, 9:33 PM IST

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଯବାନଙ୍କ ଉପରକୁ ପୁଣି ଆତଙ୍କବାଦୀ ଆକ୍ରମଣ । କୁଲଗାମର କେନ୍ଦ୍ରୀୟ ସୁରକ୍ଷା ବଳ (ସିଆରପିଏଫ)ର ଏକ ଶିବିରକୁ ଗ୍ରେନେଡ ମାଡ କରିଛନ୍ତି ଆତଙ୍କବାଦୀ । ଏହି ଆକ୍ରମଣରେ ସିଆରପିଏଫର ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଯବାନ ଜଣକ 167 ତମ ବାଟାଲିୟନର ବୋଲି ଜଣା ପଡିଛି ।

ବୁଧବାର ସନ୍ଧ୍ୟା ପ୍ରାୟ 6 ଟା ସମୟରେ ଏହି ଆକ୍ରମଣ ଭିଆଇଥିଲେ ଆତଙ୍କବାଦୀ । ତେବେ ଆକ୍ରମଣ ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ । ସେପଟେ ଘଟଣାରେ ଆହତ ଯବାନଙ୍କୁ ତୁରନ୍ତ କୁଲଗାମର ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ତାଙ୍କୁ ଶ୍ରୀନଗର ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିବା ଜଣା ପଡିଛି । ସେପଟେ ଗ୍ରେନେଡ ଆକ୍ରମଣ ପରେ ସିଆରପିଏଫ, ସେନାର ଯବାନ ଏବଂ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

Last Updated : Oct 23, 2019, 9:33 PM IST

ABOUT THE AUTHOR

...view details