ଓଡିଶା

odisha

ETV Bharat / bharat

ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ମାଡ, ଯବାନ ସୁରକ୍ଷିତ - ଜମ୍ମୁ ଓ କାଶ୍ମୀର ଖବର

ବୁଡଗାମର ଦୋନିୱାରୀରେ ଥିବା ସିଆରପିଏଫ କ୍ୟାମ୍ପରେ ଏହି ଆକ୍ରମଣ ହୋଇଛି । ଘଟଣା ପଛରେ କାହାର ହାତ ରହିଛି ସେନେଇ ସୂଚନା ମିଳିନାହିଁ । ଅଧିକ ପଢନ୍ତୁ...

ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ମାଡ, ଯବାନ ସୁରକ୍ଷିତ
ସିଆରପିଏଫ କ୍ୟାମ୍ପରେ ଗ୍ରେନେଡ ମାଡ, ଯବାନ ସୁରକ୍ଷିତ

By

Published : Apr 25, 2020, 12:10 AM IST

ଶ୍ରୀନଗର: କିଛିଦିନ ବ୍ୟବଧାନରେ ପୁଣି ଥରିଛି ଜମ୍ମୁ ଓ କାଶ୍ମୀର । ପାକ୍ ସେନା କରିଛି ଅସ୍ତ୍ରବିରତି ଉଲ୍ଲଙ୍ଘନ, ଆତଙ୍କବାଦୀ ଆକ୍ରମଣ ସହ କୋରୋନା ମହାମାରୀରେ ଅତିଷ୍ଠ ଭାରତର ଭୂସ୍ବର୍ଗରେ ପୁଣି ଆତଙ୍କବାଦୀ ମାତିଛନ୍ତି । ଶୁକ୍ରବାର ସିଆରପିଏଫ କ୍ୟାମ୍ପ ଉପରେ ଗ୍ରେନେଡ ମାଡ ହୋଇଛି ।

ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି । ସିଆରପିଏଫ ପକ୍ଷରୁ ସୂଚନାନୁସାରେ ସମସ୍ତ ଯବାନ ସୁରକ୍ଷିତ ଥିବା ଜଣାପଡିଛି । ବୁଡଗାମର ଦୋନିୱାରୀରେ ଥିବା ସିଆରପିଏଫ କ୍ୟାମ୍ପରେ ଏହି ଆକ୍ରମଣ ହୋଇଛି ।

ଘଟଣା ପଛରେ କାହାର ହାତ ରହିଛି ସେନେଇ ସୂଚନା ମିଳିନାହିଁ । ଏହା ଆତଙ୍କବାଦୀ ନା ଆଉ କାହାର କାର୍ଯ୍ୟ ତାହା ଉପରେ ତଦନ୍ତ ଚାଲିଛି । କ୍ୟାମ୍ପ ଉପରେ ଗୋଟିଏ ଗ୍ରେନେଡ ମାଡ ପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି । ଘଟଣାସ୍ଥଳକୁ ଘେରାଓ କରି ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଛି । ପୂର୍ବରୁ ଚଳିତ ମାସ 2 ଥର ଆତଙ୍କବାଦୀ ଆକ୍ରମଣ ହୋଇସାରିଛି ।

ସୌଜନ୍ୟ@ANI

ABOUT THE AUTHOR

...view details