ହାଇଦ୍ରାବାଦ:ସାମାଜିକ ଗଣମାଧ୍ୟମର ଚର୍ଚ୍ଚିତ ଚେହେରା ତଥା ପ୍ରବାସୀମାନଙ୍କର ପ୍ରକୃତ ବନ୍ଧୁ ଅଭିନେତା ସୋନୁ ସୁଡ ନିଜର ପ୍ରଶଂସନୀୟ କାର୍ଯ୍ୟ ପାଇଁ ବେଶ୍ କିଛି ମାସ ମଧ୍ୟରେ ସମସ୍ତଙ୍କ ଘରେ ଘରେ ପରିଚିତ ହୋଇଥିଲେ । ଗୋଟେ ପରେ ଗୋଟେ ଭଲ କାର୍ଯ୍ୟ କରି ସେ ଲୋକଲୋଚନକୁ ଆସୁଛନ୍ତି । ଇତି ମଧ୍ୟରେ ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀନୁ ଭୈଟଲାଙ୍କଠାରୁ ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଗ୍ରହଣ କରି ରାମୋଜୀ ଫିଲ୍ମ ସିଟି ହାଇଦ୍ରାବାଦରେ ବୃକ୍ଷରୋପଣ କରିଥିବାର ଦେଖାଯାଇଛି ।
ଏହି ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜ ରାଜ୍ୟ ସଭାର ଏମପି ଜୋଗିନିପାଲି ସନ୍ତୋଷ କୁମାରଙ୍କ ଦ୍ବାରା ଆରମ୍ଭ ହୋଇଥିଲା । ତେବେ 47 ବର୍ଷର ଏହି ଦବଙ୍ଗ ଅଭିନେତା ଗ୍ରୀନ ଇଣ୍ଡିଆ ଚ୍ୟାଲେଞ୍ଜକୁ ଖୁସିର ସହିତ ଗ୍ରହଣ କରିଥିଲେ ଏବଂ ନିଜେ ଚଳଚ୍ଚିତ୍ର ନିର୍ଦ୍ଦେଶକ ଶ୍ରୀନୁ ଭୈଟଲାଙ୍କଠାରୁ ପାଇଥିବା ଗ୍ରୀନ୍ ଇଣ୍ଡିଆ ଚ୍ୟାଲେଞ୍ଜକୁ ଗ୍ରହଣ କରି ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ବୃକ୍ଷରୋପଣ କରିଛନ୍ତି । ପରିବେଶର ସୁରକ୍ଷା ଲାଗି ପ୍ରତ୍ୟେକ ବ୍ୟକ୍ତି ନିଶ୍ଚୟ ଚାରା ରୋପଣ କରିବା ଆବଶ୍ୟକ ବୋଲି କହି ଦେଶବାସୀଙ୍କୁ ଆହ୍ବାନ କରିଛନ୍ତି ।