ଦିଲ୍ଲୀ: ଲଦାଖର ଗଲୱାନ ଘାଟିରେ ଭାରତ ଚୀନ ମୁହାମୁହିଁ ଘଟଣାରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି । ଯାହାକୁ ନେଇ ସମଗ୍ର ଦେଶରେ ଅସନ୍ତୋଷର ନିଆଁ ଜଳୁଛି । ଏହା ମଧ୍ଯରେ ଗତ ଶନିବାର ଗ୍ରେଟର ନୋଏଡାରେ ମୋବାଇଲ ଫୋନ୍ ଉତ୍ପାଦନ କରୁଥିବା ଚୀନ୍ କମ୍ପାନୀ ଓପୋ ଅଫିସ ବାହାରେ ବହୁ ସଂଖ୍ୟାରେ ହିନ୍ଦୁ ରକ୍ଷା ଦଳର କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ହିନ୍ଦୁ ରକ୍ଷା ଦଳର ଜାତୀୟ ସଭାପତି ଭୁପେନ୍ଦ୍ର ତୋମରଙ୍କ ସମେତ 30 ଜଣଙ୍କ ବିରୋଧରେ ପୋଲିସ ଲକଡାଉନ ନିୟମ ଉଲଂଘନ ଏବଂ ଧାରା 144 ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ କରିଛି ।
ଚାଇନା ସାମଗ୍ରୀକୁ ବିରୋଧ କରି 30 ଜଣଙ୍କ ନାଁରେ ମାମଲା ରୁଜ୍ଜୁ - oppo campany
ଗତ ଶନିବାର ଗ୍ରେଟର ନୋଏଡାର ମୋବାଇଲ ଫୋନ୍ ଉତ୍ପାଦନ କରୁଥିବା ଚୀନ୍ କମ୍ପାନୀ ଓପୋ ଅଫିସ ବାହାରେ ବହୁ ସଂଖ୍ୟାରେ ହିନ୍ଦୁ ରକ୍ଷାଦଳ କାର୍ଯ୍ୟକର୍ତ୍ତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ହିନ୍ଦୁ ରକ୍ଷାଦଳର ଜାତୀୟ ସଭାପତି ଭୁପେନ୍ଦ୍ର ତୋମରଙ୍କ ସମେତ 30 ଜଣଙ୍କ ବିରୋଧରେ ପୋଲିସ ମାମଲା ରୁଜ୍ଜୁ କରିଛି ।
ପୋଲିସ କମିଶନର ଆଲୋକ ସିଂଙ୍କ ଗଣମାଧ୍ୟମ ଦାୟିତ୍ୱରେ ଥିବା ପଙ୍କଜ କୁମାର କହିଛନ୍ତି ଯେ, ଗତ ଶନିବାର ହିନ୍ଦୁ ରକ୍ଷା ଦଳର ଜାତୀୟ ସଭାପତି ଭୁପେନ୍ଦ୍ର ତୋମର ଏବଂ ଜିଲ୍ଲା ସଂଯୋଜକ ଗୌତୁମ ବୁଦ୍ଧନଗର ପ୍ରବୀଣ କୁମାର ବିନା ଅନୁମତିରେ 30-35 ଜଣ ବ୍ୟକ୍ତିଙ୍କ ସହ ଏକାଠି ହୋଇଥିଲେ।
ସେଠାରେ ସେମାନେ ରୁଣ୍ଡ ହୋଇ ଚାଇନା ଫୋନ ଓପୋ ଅଫିସ ବାହାରେ ବହୁ ଚାଇନା ସାମଗ୍ରୀ ବୟକଟ କରିବାକୁ ସ୍ଲୋଗାନ ଦେଇଥିଲେ । ଯେହେତୁ କୋରୋନା ପାଇଁ ଜନପଦରେ ଧାରା 144 ସହ ଲକଡାଉନ ଲାଗୁ ହୋଇଛି ସେମାନେ ବିନା ଅନୁମତିରେ ସେଠାରେ ଏକତ୍ରିତ ହୋଇଥିଲେ । ଯାହାକୁ ନେଇ ଭୁପେନ୍ଦ୍ର ତୋମରଙ୍କ ସମେତ 30 ଜଣଙ୍କ ବିରୋଧରେ ପୋଲିସ ଲକଡାଉନ ନିୟମ ଉଲଙ୍ଘନ ଏବଂଧାରା 144 ଉଲ୍ଲଂଘନ କରିବା ଅଭିଯୋଗରେ ମାମଲା ରୁଜୁ କରିଛନ୍ତି ।