ଓଡିଶା

odisha

ETV Bharat / bharat

ବାୟୁ ପ୍ରଦୂଷଣର ଚରମ ସୀମାରେ ‘ଗ୍ରେଟର ନୋଏଡା’ - ବିଷ ବଳୟ ଭିତରେ ଗ୍ରେଟର ନୋଏଡା

ବାୟୂ ପ୍ରଦୂଷଣରେ ଅସ୍ତବ୍ୟସ୍ତ ନୋଏଡାବାସୀ । ଏୟାର କ୍ବାଲିଟି ଇଣ୍ଡେକ୍ସ 436 ପାର କଲା ଗ୍ରେଟର ନୋଏଡା । ଅଧିକ ପଢନ୍ତୁ...

Greater Noida
ଫଟୌ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Dec 11, 2019, 12:56 PM IST

ନୂଆଦିଲ୍ଲୀ: ବିଷ ବଳୟ ଭିତରେ ଗ୍ରେଟର ନୋଏଡା, ଏୟାର କ୍ବାଲିଟି ଇନଡେକ୍ସ 436 ପାର । ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ, ଏନେଇ ଉତ୍ତରପ୍ରଦେଶର ପାଣିପାଗ ମଧ୍ୟ ଖରାପ ହେବାରେ ଲାଗିଛି । ପ୍ରଦୂଷଣର ସ୍ତର ଲଗାତାର ବୃଦ୍ଧିପାଇବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ତେବେ ଦିଲ୍ଲୀର ଏନସିଆରରେ 15 ଅକ୍ଟୋବରରୁ ଗ୍ରେଡେଡ ରେସପନ୍ସ ଏକ୍ସନ ପ୍ଲାନ ଲାଗୁ କରାଯାଇଛି । କିନ୍ତୁ ପାଣିପାଗରେ କୌଣସି ପରିବର୍ତ୍ତନ ଆସିନାହିଁ । ଉତ୍ତରପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନୋଏଡା ଅଧିକାରୀ ଅନିଲ କୁମାର ସିଂହ କହିଛନ୍ତି ଯେ, ମେଟ୍ରୋଲୋଜିକାଲ ସ୍ଥିତି ଅନୁକୂଳ ନହେବାରୁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବୃଦ୍ଧି ଘଟିଛି ।

ଘଟଣାରେ ସିଟି ମାଜିଷ୍ଟେର୍ଟ ଓ ଆରଟିଓ ବିଭାଗ ପକ୍ଷରୁ ପ୍ରଦୂଷଣ କରୁଥିବା ଯାନବାହାନ ଉପରେ ଲଗାତାର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ସେ ଆହୁରି କହିଛନ୍ତି ଯେ, ବିଭାଗ ପକ୍ଷରୁ ଯେଉଁଠାରେ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ସେହିଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ABOUT THE AUTHOR

...view details