ନୂଆଦିଲ୍ଲୀ: ବିଷ ବଳୟ ଭିତରେ ଗ୍ରେଟର ନୋଏଡା । ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 416 ପାର କରିଛି । ଯାହାଫଳରେ ନଲେଜ ପାର୍କ-3 ଅନୁଯାୟୀ ଗ୍ରେଟର ନଏଡା ବାୟୁ ପ୍ରଦୂଷଣ ସ୍ତର ଗମ୍ଭୀର ରହିଛି ।
ବିଷ ବଳୟ ଭିତରେ ଗ୍ରେଟର ନୋଏଡା
ଅତ୍ୟଧିକ ଖରାପ ସ୍ତରରେ ନୋଏଡାର ବାୟୂ ପ୍ରଦୂଷଣ ପହଞ୍ଚିଥିବାବେଳେ ଗୁରୁବାର ଏୟାର କ୍ବାଲିଟି ଇଣ୍ଡେକ୍ସ 416 ପାର କରିଛି ।
ଫାଇଲ ଫଟୋ
ତେବେ ଗତ ବୁଧବାର ଉତ୍ତରପ୍ରଦେଶ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ନୋଏଡା ଅଧିକାରୀ ଅନିଲ କୁମାର ସିଂହ କହିଛନ୍ତି ଯେ, ମେଟ୍ରୋଲୋଜିକାଲ ସ୍ଥିତି ଅନୁକୂଳ ନହେବାରୁ ଏୟାର କ୍ବାଲିଟି ଇଣ୍ଡେକ୍ସରେ ବୃଦ୍ଧି ଘଟିଛି । ଏଥିସହ ସେ କହିଛନ୍ତି ବିଭାଗ ପକ୍ଷରୁ ଯେଉଁଠାରେ ଅତ୍ୟଧିକ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ସେହିଠାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।