ଜୟପୁର: ଝିଣ୍ଟିକାଙ୍କ କବଜାରେ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲା। ଏହି ଜିଲ୍ଲାର ପାଖାପାଖି 100ରୁ ଊର୍ଦ୍ଧ୍ୱ ଗାଁ ସହ 6ଟି ତହସିଲରେ ଝିଣ୍ଟିକା ଫସଲ ନଷ୍ଟ କରିସାରିଲେଣି। ସେହିପରି ଶୁକ୍ରବାର ଶ୍ରୀକାପୁର, କେଶରୀ, ସିଂପୁର ଓ ପଦ୍ମପୁର ଅଞ୍ଚଳରେ ଝିଣ୍ଟିକା ପ୍ରବେଶ କରିବା ସହ ଚାଷୀଙ୍କ ଚିନ୍ତା ବଢାଇଦେଇଛି।
ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାର 6ଟି ତହସିଲ ଅନୁପାଗର, ରାଇଜିଙ୍ଗନଗର, ଶ୍ରୀକରଣପୁର, ପଦ୍ମପୁର କ୍ଷତିଗ୍ରସ୍ତ ହୋଇଛି। ଝିଣ୍ଟିକାଙ୍କୁ ନିୟନ୍ତ୍ରଣ କରିବାକୁ ସରକାର ବି ନାକେଦମ ହୋଇଗଲେଣି। ଏହି ଝିଣ୍ଟିକା ବଡବଡ ଗଛ,ବଣ ବୁଦା,କେନାଲ ସହ କ୍ଷେତରେ ଫସଲ ନଷ୍ଟ କରୁଛନ୍ତି। ଏପରିକି ଝିଣ୍ଟିକା ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯିବାବେଳେ କ୍ଷେତରେ ଅଣ୍ଡା ଛାଡି ଚାଲିଯାଉଛନ୍ତି। ଯାହାଫଳରେ କିଛିଦିନ ଭିତରେ ଛୁଆ ଫୁଟିବାର ଆଶଙ୍କା ଦେଖାଦେଉଛି।