ଓଡିଶା

odisha

ଏଫଡିଆଇ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ସରକାର: ନୀତିନ ଗଡକରୀ

By

Published : Jul 29, 2020, 1:30 PM IST

ଏଫଡିଆଇ ଆକୃଷ୍ଟ କରିବାକୁ ବିଭିନ୍ନ ପେନସନ ପାଣ୍ଠି, ବୀମା ପାଣ୍ଠି ଏବଂ ଆର୍ଥିକ ପ୍ରତିଷ୍ଠାନ ସହ ଆଲୋଚନା ଚାଲିଛି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ନୀତିନ ଗଡକରୀ
ନୀତିନ ଗଡକରୀ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଭାରତ ଏବେ ସମ୍ଭାବନାର ଦେଶ ପାଲଟିଛି । ପ୍ରତିବର୍ଷ ଭାରତ ରେକର୍ଡ ବିଦେଶୀ ପୁଞ୍ଜି ଆକୃଷ୍ଟ କରୁଛି । କେନ୍ଦ୍ର ସରକାର ଭିତ୍ତିଭୂମି କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ) ଆକୃଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି ।

ଭାରତରେ ସଡକ ବିକାଶ ଉପରେ ଏକ ୱେବିନିନାରକୁ ସମ୍ବୋଧିତ କରି ଗାଡକରୀ କହିଛନ୍ତି, ଆମେ ଏଫଡିଆଇ ପାଇବାକୁ ଚେଷ୍ଟା କରୁଛୁ । କାରଣ ଭିତ୍ତିଭୂମିରେ 100 ପ୍ରତିଶତ ଏଫଡିଆଇ ଅନୁମତି ଦିଆଯାଇଛି। ଏନେଇ ବିଭିନ୍ନ ପେନସନ ପାଣ୍ଠି, ବୀମା ପାଣ୍ଠି ଏବଂ ଆର୍ଥିକ ପ୍ରତିଷ୍ଠାନ ସହ ଆଲୋଚନା ଚାଲିଛି ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଆମେ ବୀମା ପାଣ୍ଠି, ପେନସନ ପାଣ୍ଠି ପାଇବାକୁ ଏବଂ ବିଶ୍ବ ବ୍ୟାଙ୍କ, ଏଡିବି, ବ୍ରିକ୍ସ ବ୍ୟାଙ୍କ ସହିତ କାରବାର କରିବାକୁ ଚେଷ୍ଟା କରୁଛୁ । ଏହି ଦିଗରେ ଆମେ ବହୁତ ଦ୍ରୁତ ଗତିରେ ଆଗେଇଛୁ ବୋଲି ଗଡକରୀ କହିଛନ୍ତି ।

କିଛିଦିନ ତଳେ ଭାରତ ଏହାର ଏଫଡିଆଇ ନୀତିରେ ସଂଶୋଧନ କରିଥିଲା।

ABOUT THE AUTHOR

...view details