ଜାମ୍ମୁ ଓ କାଶ୍ମୀରକୁ ମିଳିବ 2ଟି ମେଡିକାଲ କଲେଜ - କାଶ୍ମୀରକୁ ମିଳିବ 2ଟି ମେଡିକାଲ କଲେଜ
ଜାମ୍ମୁ ଓ କାଶ୍ମୀରରେ 2ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୋଜନା କରୁଛି। ସେହିପରି ଲଦାଖରେ ମଧ୍ୟ ଗୋଟିଏ ମେଡିକାଲ କଲେଜ ସ୍ଥାପନ ହେବାର ଅଛି।
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ ଓ କାଶ୍ମୀରର ଅଧିବାସୀଙ୍କ ପାଇଁ ଖୁସି ଖବର। ଖୁବଶିଘ୍ର ଜାମ୍ମୁ ଓ କାଶ୍ମୀରର ଜନସାଧାରଣଙ୍କୁ ଉପହାର ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର। ରାଜ୍ୟ ବିଭାଜନ ହେବା ପରେ ଜାମ୍ମୁ ଓ କାଶ୍ମୀରରେ 2ଟି ମେଡିକାଲ କଲେଜ ପ୍ରତିଷ୍ଠା କରିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଯୋଜନା କରୁଛି। ସେହିପରି ଲଦାଖରେ ମଧ୍ୟ ଗୋଟିଏ ମେଡିକାଲ କଲେଜ ସ୍ଥାପନ ହେବାର ଅଛି। ସାରା ଦେଶରେ ନିର୍ମାଣ ହେବାକୁ ଥିବା 64 ମେଡିକାଲ କଲେଜ ମଧ୍ୟରୁ କାଶ୍ମୀର ଘାଟିରେ 3ଟି ମେଡିକାଲ କଲେଜ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। କେନ୍ଦ୍ରୀୟ ଯୋଜନା ଅଧୀନରେ ଏହି ମେଡିକାଲ କଲେଜ ନିର୍ମାଣ କରାଯିବ।