ନୂଆଦିଲ୍ଲୀ: ଦେଶରେ 45ଟି ନୂଆ ଜବାହର ନବୋଦୟ ବିଦ୍ୟାଳୟ (ଜେଏନବି) ଖୋଲାଯିବ । ଏଥିପାଇଁ ବର୍ତ୍ତମାନ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଖୁବଶୀଘ୍ର ଏହି ନିଷ୍ପତ୍ତିକୁ କ୍ୟାବିନେଟକୁ ପଠାଯିବ ବୋଲି ସୂଚନା ରହିଛି । ଏହି ପ୍ରସ୍ତାବ ମଧ୍ୟରେ ସବୁଠାରୁ ଅଧିକ ବିଦ୍ୟାଳୟ 21 ଟି ତେଲେଙ୍ଗାନାରେ ଖୋଲାଯିବ । ବର୍ତ୍ତମାନ ସ୍ଥିତିରେ ଦେଶରେ ଏପରି ପ୍ରାୟ 661ଟି ବିଦ୍ୟାଳୟ ରହିଛି ।
ଗୁରୁବାର ଏନେଇ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କର ଅଧ୍ୟକ୍ଷତାରେ ନବୋଦୟ ବିଦ୍ୟାଳୟ ସମିତିର କାର୍ଯ୍ୟକାରିଣୀର 37ତମ ବୈଠକରେ ଏହି ନିଷ୍ପତ୍ତି ଉପରେ ସହମତି କରାଯାଇଛି । ଖୁବଶୀଘ୍ର ଏହାର ବିସ୍ତୃତ ପ୍ରସାର କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଏହାସହ ବୈଠକରେ ପ୍ରତ୍ୟେକ ଜିଲ୍ଲାରେ ଅନ୍ୟୁନ ଗୋଟିଏ ଲେଖାଏଁବିଦ୍ୟାଳୟ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏହାସହ ଯେଉଁ ସବୁ ଜିଲ୍ଲା ମାନଙ୍କରେ ଏସସି-ଏସଟି ଜନସଂଖ୍ୟା ଅଧିକ ସେଠାର ଦୁଇ ତିନୋଟି ବିଦ୍ୟାଳୟ ଖୋଲାଯିବ ।