ଓଡିଶା

odisha

ETV Bharat / bharat

ନୂତନ ଶିକ୍ଷା ନୀତିରେ ସରକାର କମ ହସ୍ତକ୍ଷେପ କରିବା ଦରକାର: ପ୍ରଧାନମନ୍ତ୍ରୀ - new education policy

ରାଷ୍ଟ୍ରୀୟ ଶିକ୍ଷା ନୀତି 2020 ଓ ଏହାର ପରିବର୍ତ୍ତନ ପ୍ରଭାବ ଉପରେ ରାଷ୍ଟ୍ରପତି, ରାଜ୍ୟପାଳ ଓ ବିଶ୍ବବିଦ୍ୟାଳୟର କୁଳପତିଙ୍କ ସହିତ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷା ନୀତିରେ ସରକାରଙ୍କର ସର୍ବନିମ୍ନ ହସ୍ତକ୍ଷେପ ରହିବା ଉଚିତ ବୋଲି ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆମେ ଭାରତକୁ ଏକ ଜ୍ଞାନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛୁ। ଏହି ନୂତନ ଶିକ୍ଷା ନୀତି ଭାରତକୁ ଏକ ଜ୍ଞାନ ଅର୍ଥନୀତି ହେବାରେ ସାହାଯ୍ୟ କରିବ ବୋଲି ଭର୍ଚୁଆଲ୍ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି।

ନୂତନ ଶିକ୍ଷା ନୀତିରେ ସରକାର କମ ହସ୍ତକ୍ଷେପ କରିବା ଦରକାର; ପ୍ରଧାନମନ୍ତ୍ରୀ
ନୂତନ ଶିକ୍ଷା ନୀତିରେ ସରକାର କମ ହସ୍ତକ୍ଷେପ କରିବା ଦରକାର; ପ୍ରଧାନମନ୍ତ୍ରୀ

By

Published : Sep 7, 2020, 3:39 PM IST

ନୂଆଦିଲ୍ଲୀ: ଶିକ୍ଷା ନୀତିରେ ସରକାରଙ୍କ କମ ହସ୍ତକ୍ଷେପ ରହିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାତୀୟ ଶିକ୍ଷା ନୀତି ଉପରେ ରାଜ୍ୟପାଳଙ୍କ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରି କହିଛନ୍ତି।

ଦେଶର ଆକାଂକ୍ଷାକୁ ପୂରଣ କରିବା ପାଇଁ ଶିକ୍ଷା ନୀତି ଏବଂ ଶିକ୍ଷା ବ୍ୟବସ୍ଥା ହେଉଛି ଗୁରୁତ୍ବପୂର୍ଣ୍ଣ ମାଧ୍ୟମ। କେନ୍ଦ୍ର, ରାଜ୍ୟ ସରକାର, ସ୍ଥାନୀୟ ସଂସ୍ଥା, ସମସ୍ତେ ଶିକ୍ଷା ବ୍ୟବସ୍ଥାର ଦାୟିତ୍ବରେ ଜଡିତ | କିନ୍ତୁ ଏହା ମଧ୍ୟ ସତ୍ୟ ଯେ ଜାତୀୟ ଶିକ୍ଷା ନୀତିରେ ସରକାରଙ୍କ ହସ୍ତକ୍ଷେପ ସର୍ବନିମ୍ନ ହେବା ଉଚିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଯେପରି ବୈଦେଶିକ ନୀତି ଓ ପ୍ରତିରକ୍ଷା ନୀତି ଦେଶର ହୋଇଥାଏ ସରକାରଙ୍କ ନୁହେଁ । ସେହିପରି ଶିକ୍ଷା ନୀତି ମଧ୍ୟ ସେଥିରୁ ଗୋଟିଏ । ଏହା ସମସ୍ତଙ୍କର ଅଟେ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ସାମୂହିକ ଭାବରେ ସମସ୍ତେ ଚେଷ୍ଟା କରିବାକୁ ପିଏମ ନିବେଦନ କରିଛନ୍ତି ।

ନୂତନ ଶିକ୍ଷା ନୀତି (NEP)ରେ 1986 ପରଠାରୁ ନିର୍ଦ୍ଦିଷ୍ଟ ଷ୍ଟ୍ରିମ୍ ନେବା ପାଇଁ ଛାତ୍ରଛାତ୍ରୀମାନଙ୍କ ଉପରେ ଚାପ ଦୂର କରାଯାଇଛି ବୋଲି ସେ କହିଛନ୍ତି। ନୂତନ ଶିକ୍ଷା ନୀତିରେ ଶିକ୍ଷା ପରିବର୍ତ୍ତେ ଅଧ୍ୟୟନ, ପାଠ୍ୟକ୍ରମ ପରିବର୍ତ୍ତେ ସମାଲୋଚନାକାରୀ ଚିନ୍ତାଧାରା, ଉତ୍ସାହ, ବ୍ୟବହାରିକତା ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାରିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ନୂତନ ଶିକ୍ଷା ନୀତି ସମସ୍ୟାର ମୁକାବିଲା କରିବାରେ ଏବଂ ଏକବିଂଶ ଶତାବ୍ଦୀରେ ଭାରତକୁ ଏକ ଜ୍ଞାନ ଅର୍ଥନୀତି ହେବାରେ ସାହାଯ୍ୟ କରିବ ବୋଲି ଭର୍ଚୁଆଲ୍ ସମ୍ମିଳନୀରେ ସେ କହିଛନ୍ତି ।

ନୂତନ ଶିକ୍ଷା ନୀତି ଭାରତର ସର୍ବୋତ୍ତମ ଆନ୍ତର୍ଜାତୀୟ ଅନୁଷ୍ଠାନର କ୍ୟାମ୍ପସ୍ ଖୋଲିବା ପାଇଁ ଏକ ପଥ ପରିଷ୍କାର କରିଛି ଯାହା ଦ୍ବାରା ମଧ୍ୟବିତ ଓ ସରଳ ପରିବାରର ଯୁବକମାନେ ମଧ୍ୟ ଯୋଗଦାନ କରିପାରିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଆମେ ଭାରତକୁ ଏକ ଜ୍ଞାନ ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ କାର୍ଯ୍ୟ କରୁଛୁ । ଶିକ୍ଷକ, ଅଭିଭାବକ, ଛାତ୍ରମାନେ ଶିକ୍ଷା ନୀତି ସହ ଯେତେ ଜଡିତ ହେବେ, ସେତେ ଅଧିକ ପ୍ରାସଙ୍ଗିକ ତଥା ପ୍ରସାରିତ ହେବ।

ସୂଚନାଯୋଗ୍ୟ, ଗତ କ୍ୟାବିନେଟ ବୈଠକରେ ମୋଦି ସରକାର ଦୀର୍ଘ 34 ବର୍ଷର ଶିକ୍ଷାନୀତିରେ ସୁଧାର ଆଣିଛନ୍ତି । ଏକ କମିଟି ଦ୍ବାରା ଦୀର୍ଘ ଦିନର ମନ୍ଥନ ପରେ ଅନେକ ପରାମର୍ଶ ଉପସ୍ଥାପିତ କରାଯିବା ପରେ, ଯାହା ପାରିତ ହୋଇଛି । ଏହା ଅଧୀନରେ ପିଲାମାନଙ୍କୁ ପ୍ରାକ୍ଟିକାଲ୍ ଶିକ୍ଷା ସହିତ, ଉଚ୍ଚଶିକ୍ଷାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ପ୍ରାଥମିକ ସମୟରେ ପ୍ରମୁଖ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details