ଓଡିଶା

odisha

ETV Bharat / bharat

କୋରୋନା ଗୁଜବ ପ୍ରଚାର କରି ଶିକ୍ଷକ ନିଲମ୍ବିତ

ଡୋଡାର ଜଣେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ଶୁକ୍ରବାର ଦିନ ତାଙ୍କୁ ନିଲମ୍ବିତ କରାଯାଇଛି ।

teacher suspend
କୋରୋନା ଗୁଜବ ପ୍ରଚାର କରି ଶିକ୍ଷକ ନିଲମ୍ବିତ

By

Published : Apr 11, 2020, 11:08 AM IST

ଶ୍ରୀନଗର: ସମଗ୍ର ବିଶ୍ବରେ କୋରୋନା ଭାଇରସ ଆତଙ୍କ ଖେଳାଇଛି । ଅନ୍ୟପକ୍ଷେ ସମାଜରେ କିଛି ମନ୍ଦ ପ୍ରକୃତି ଲୋକ ଏଭଳି ସମୟରେ କୋରୋନାକୁ ନେଇ ଗୁଜବ ଖବର ପ୍ରଚାର କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ତେବେ ଏହିଭଳି ଏକ ଘଟଣା ଦେଖିବାକୁ ମିଳୁଛି ଜାମ୍ମୁକାଶ୍ମୀର ଡୋଡାରେ । ତେବେ ଡୋଡାର ଜଣେ ସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ କୋରୋନା ଭାଇରସକୁ ନେଇ ସୋସିଆଲ ମିଡିଆରେ ଅନେକ ଆପତ୍ତିଜନକ ପୋଷ୍ଟ ଅଭିଯୋଗରେ ଶୁକ୍ରବାର ଦିନ ତାଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ଅଭିଯୁକ୍ତ ବିରେନ୍ଦର କୁମାର, ଏକ ଧାର୍ମିକ ଗୋଷ୍ଠୀର ସ୍ଥାନୀୟ ୟୁନିଟର ସଭାପତି ତଥା ଭଦ୍ରୱାଠାରେ ଥିବା ଏକ ସରକାରୀ ବିଦ୍ୟାଳୟର ଶିକ୍ଷକ ତାଙ୍କ ନାମରେ ଏକ ମାମଲା ରୁଜୁ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ତେବେ ଅଭିଯୁକ୍ତ କୁମାରଙ୍କ ଫେସବୁକ୍ ଆକାଉଣ୍ଟରେ କୋରୋନା ଭାଇରସକୁ ନେଇ ଅପଲୋଡ ହୋଇଥିବା ଆପତ୍ତିଜନକ ପୋଷ୍ଟଗୁଡିକ ସମ୍ପର୍କରେ ଜାଣିବା ପରେ ତାଙ୍କୁ ପୋଲିସ୍ ଷ୍ଟେସନକୁ ଡକାଯାଇଥିଲା । ସେଠାରେ ତାଙ୍କୁ ଆପତ୍ତିଜନକ ପୋଷ୍ଟ ବିଷୟରେ ପଚରାଯାଇଥିଲା।

ପ୍ରକାଶ ଥାଉକି, ପୋଲିସର ଏକ ଟିମ୍ ସୋସିଆଲ ମିଡିଆ ସେଲର ବିଭିନ୍ନ ଅନଲାଇନ୍ ପ୍ଲାଟଫର୍ମ ଉପରେ ନଜର ରଖିଛନ୍ତି। ତେବେ ଆପତ୍ତିଜନକ ପୋଷ୍ଟ କରି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରୁଥିବା ୟୁଜରଙ୍କୁ ଏପରି ନକରିବା ପାଇଁ ପୋଲିସ କଡା ଚେତାବନୀ ମଧ୍ୟ ଦେଇଛି।

ABOUT THE AUTHOR

...view details