ଲକ୍ଷ୍ନୌ: ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ପାଇଁ ପାଓ୍ବାର ଅଫିସକୁ ଯାଇଥିବା ସମୟରେ ମହିଳାଙ୍କୁ ଦୁଷ୍କର୍ମ । ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ମୁଜାଫରନଗର ଶ୍ୟାମଲି ଜିଲ୍ଲାରେ । ଅଭିଯୁକ୍ତ ଜଣକ ପାଓ୍ବାର କର୍ପୋରେସନର ଜଣେ ଅଧିକାରୀ ଅଟନ୍ତି । ତେବେ ତାଙ୍କୁ ଗିରଫ କରାଯାଇଥିବା ନେଇ ଶନିବାର ଦିନ ପୋଲିସ ସୂଚନା ଦେଇଛି ।
ଦୁଷ୍କର୍ମ ଅଭିଯୋଗରେ ସରକାରୀ ବାବୁ ଗିରଫ - ବଳତ୍କାର ଅଭିଯୋଗରେ ସରକାରୀ ବାବୁ ଗିରଫ
ବିଦ୍ୟୁତ ସମସ୍ୟା ନେଇ ପାଓ୍ବାର ଅଫିସକୁ ଯାଇଥିବାବେଳେ ମହିଳାଙ୍କୁ ଦୁଷ୍କର୍ମ । ଅଭିଯୁକ୍ତ ଅଧିକାରୀ ଗିରଫ ।
ବଳତ୍କାର ଅଭିଯୋଗରେ ସରକାରୀ ବାବୁ ଗିରଫ
ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ବିଦ୍ୟୁତ ଯୋଗାଣର ପୁନରୁଦ୍ଧାର ପାଇଁ ସେ ଶୁକ୍ରବାର ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଏହାର ସୁଯୋଗ ନେଇ ଅଧିକାରୀ ଜଣଙ୍କ ତାଙ୍କୁ ଦୁଷ୍କର୍ମ କରିଥିଲେ । ପୀଡିତାଙ୍କ ଅଭିଯୋଗ ଆଧାରରେ ଅଧିକାରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ