ଓଡିଶା

odisha

ETV Bharat / bharat

ଜାଣନ୍ତୁ; କୋଭିଡ ମହାମାରୀରେ ଆଶାକର୍ମୀଙ୍କୁ ସରକାର ଯୋଗାଇଥିବା ସହାୟତା - ଆଶାକର୍ମୀଙ୍କ ସରକାରୀ ସହାୟତା

ଭାରତ ସରକାର ଆଶା କର୍ମଚାରୀଙ୍କୁ ମାସିକ 1000 ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । କୋଭିଡ-19 ସଙ୍କଟ ସମୟରେ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଥିବା ଆଶା କର୍ମଚାରୀଙ୍କୁ ଏହି ଆର୍ଥିକ ସହାୟତା ମିଳିଛି ।

ଆଶାକର୍ମୀ
ଆଶାକର୍ମୀ

By

Published : Sep 24, 2020, 9:44 PM IST

ହାଇଦ୍ରାବାଦ: ଭାରତ ସରକାର ଆଶା କର୍ମଚାରୀଙ୍କୁ ମାସିକ 1000 ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । କୋଭିଡ-19 ସଙ୍କଟ ସମୟରେ ବିଭିନ୍ନ କାର୍ଯ୍ୟକଳାପରେ ନିଜକୁ ନିୟୋଜିତ ରଖିଥିବା ଆଶା କର୍ମଚାରୀଙ୍କୁ ଏହି ଆର୍ଥିକ ସହାୟତା ମିଳିଛି । କୋଭିଡ-19 ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ସ୍ବାସ୍ଥ୍ୟ ପ୍ରଣାଳୀ ପ୍ରସ୍ତୁତି ପ୍ୟାକେଜ୍ ଅଧିନରେ ମାସକୁ 1000 ଟଙ୍କା ଯୋଗାଇଦିଆଯାଉଛି ।

ଏହାସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଅଧିନରେ ମଧ୍ୟ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ବୀମା ରାଶି ପ୍ରଦାନ କରାଯିବାକୁ ସୁବିଧା ରହିଛି । ଆଶା କର୍ମଚାରୀଙ୍କ ସମେତ ଅନ୍ୟ ସ୍ବାସ୍ଥ୍ୟକର୍ମୀଙ୍କୁ 50 ଲକ୍ଷ ଟଙ୍କା ବୀମା ରାଶି ଯୋଗାଇବା ପାଇଁ ବ୍ୟବସ୍ଥା ରହିଛି ।

କୋଭିଡ-19 ମହାମାରୀରେ ମୋଟ 18 ଜଣ ଆଶାକର୍ମୀଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ରାପ୍ରଦେଶରୁ 1, ବିହାରରୁ 4, ଛତିଶଗଡରୁ 1, ଗୁଜୁରାଟରୁ 1, ହିମାଚଳପ୍ରଦେଶରୁ 1, ଝାଡଖଣ୍ଡରୁ 2, କର୍ଣ୍ଣାଟକରୁ 2, ମହାରାଷ୍ଟ୍ରରୁ 1, ପଞ୍ଜାବରୁ 1, ତେଲେଙ୍ଗାନାରୁ 3, ପଶ୍ଚିମବଙ୍ଗରୁ 1 । ଏଥି ମଧ୍ୟରୁ 12 ଜଣଙ୍କ ବୀମା ରାଶି ପାଇଁ ଆବେଦନ ହୋଇଥିବା ବେଳେ 6 ଜଣଙ୍କୁ ବୀମା ପ୍ରଦାନ ପ୍ରକ୍ରିୟା ଚାଲିଛି ।

ସମସ୍ତ ରାଜ୍ୟରେ ଉପଲବ୍ଧ ଥିବା ପିପିଇ କିଟ୍ ଓ ଏନ-95 ମାସ୍କ-

ସମସ୍ତ ରାଜ୍ୟରେ ଉପଲବ୍ଧ ଥିବା ପିପିଇ କିଟ୍ ଓ ଏନ-95 ମାସ୍କ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଅଧୀନରେ ହିତାଧିକାରୀଙ୍କ ବିବରଣୀ ବା କୋଭିଡ-19 ସହିତ ଲଢୁଥିବା ସ୍ବାସ୍ଥ୍ୟ କର୍ମୀଙ୍କ ପାଇଁ ବୀମା ଯୋଜନା:

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ ଅଧୀନରେ ହିତାଧିକାରୀଙ୍କ ବିବରଣୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details