ଓଡିଶା

odisha

ETV Bharat / bharat

ଭାରତୀୟଙ୍କ ଉପରେ କ୍ରିପ୍ଟୋ ହ୍ୟାକର ପ୍ରଭାବ ନେଇ ଟ୍ବିଟରକୁ କେନ୍ଦ୍ରର ନୋଟିସ - ହ୍ୟାକିଂ

ନିକଟରେ ଏକ ଭୟଙ୍କର କ୍ରିପ୍ଟୋକରେନ୍ସି ହ୍ୟାକର ସମ୍ମୁଖୀନ ହୋଇଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର । ଏହି କ୍ରିପ୍ଟୋ ହ୍ୟାକର ପ୍ରଭାବ ଭାରତୀୟଙ୍କ ଉପରେ କ’ଣ ରହିଛି ଜାଣିବା ପାଇଁ ଟ୍ବିଟରକୁ ଏକ ନୋଟିସ ଜାରି କରିଛନ୍ତି ଭାରତ ସରକାର ।

twitter latest news, crypto hack on twitter, crypto currency hack in twitter, hacking, latest technology news, ଟ୍ବିଟର ଲାଟେଷ୍ଟ ନ୍ୟୁଜ୍‌, ଟ୍ବିଟରରେ କ୍ରିପ୍ଟୋ ହ୍ୟାକ, ଟ୍ବିଟରରେ କ୍ରିପ୍ଟୋ କରେନ୍ସି ହ୍ୟାକିଂ, ହ୍ୟାକିଂ, ଲାଟେଷ୍ଟ ଟେକ୍ନୋଲୋଜି ନ୍ୟୁଜ୍‌
ଭାରତୀୟଙ୍କ ଉପରେ କ୍ରିପ୍ଟୋ ହ୍ୟାକର ପ୍ରଭାବ ନେଇ ଟ୍ବିଟରକୁ କେନ୍ଦ୍ରର ନୋଟିସ

By

Published : Jul 19, 2020, 1:21 AM IST

ନୂଆଦିଲ୍ଲୀ: ନିକଟରେ ଏକ ଭୟଙ୍କର କ୍ରିପ୍ଟୋକରେନ୍ସି ହ୍ୟାକର ସମ୍ମୁଖୀନ ହୋଇଛି ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର । ଏଥିରେ ବିଟ୍‌ କଏନର ପ୍ରୟୋଗରେ ଲକ୍ଷାଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଏଥିସହ ଅନେକ ବଡ ବଡ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଣ୍ଟ ଏଥିରେ ହ୍ୟାକ ହୋଇଥିବା ଦେଖାୟାଇଥିଲା । ତେବେ ଏହି କ୍ରିପ୍ଟୋ ହ୍ୟାକର ପ୍ରଭାବ ଭାରତୀୟଙ୍କ ଉପରେ କ’ଣ ରହିଛି ଜାଣିବା ପାଇଁ ଟ୍ବିଟରକୁ ଏକ ନୋଟିସ ଜାରି କରିଛନ୍ତି ଭାରତ ସରକାର ।

କେନ୍ଦ୍ର ସରକାରଙ୍କ ସାଇବର ସିକ୍ୟୁରିଟି ଏଜେନ୍ସି (ସିଇଆରଟି-ଇନ) ଏନେଇ ଟ୍ବିଟରକୁ ନୋଟିସ ଜାରି କରିଛି । ଏହି ଏଜେନ୍ସିର କାର୍ଯ୍ୟ ହେଉଛି ସାମୂହିକ ବା ବଡ ଧରଣର ହ୍ୟାକିଂର ଭାରତୀୟ ୟୁଜର୍ସଙ୍କ ଉପରେ ପ୍ରଭାବ ଯାଞ୍ଚ କରିବା । ତେବେ ଏହି ଘଟଣାରେ ଭାରତୀୟ ୟୁଜର୍ସଙ୍କ ଉପରେ ହ୍ୟାକିଂର ପ୍ରଭାବ ଓ ଏହାର ସମାଧାନ ପାଇଁ ଟ୍ବିଟର କ’ଣ ସବୁ ପଦକ୍ଷେପ ନେଉଛି ସେନେଇ ପ୍ରଶ୍ନ କରିଛି ସିଇଆରଟି । ଏହାପୂର୍ବରୁ ଶନିବାର ସକାଳେ ‘ସୋସିଆଲ ଇଞ୍ଜିନିୟରିଂ ଆଟାକ’ ନାମକ ଏହି ହ୍ୟାକିଂ ଆକ୍ରମଣ ସମ୍ବନ୍ଧରେ ଟ୍ବିଟର ଏକ ସବିଶେଷ ତଥ୍ୟ ପୋଷ୍ଟ କରିଥିଲା ।

ଏହି ତଥ୍ୟରେ ଟ୍ବିଟର ପ୍ରକାଶ କରିଛି କି ହ୍ୟାକିଂ ଦ୍ବାରା ପ୍ରଭାବିତ ହୋଇଥିବା 45 ଆକାଉଣ୍ଟରେ ହ୍ୟାକର ଏହାର ପାସୱାର୍ଡ ରିସେଟ କରିବା, ଲଗଇନ କରିବା ଓ ଆକାଉଣ୍ଟରୁ ଟ୍ବିଟ କରିବାରେ ସକ୍ଷମ ହୋଇଥିଲା । କେବଳ ସେତିକି ନୁହେଁ ପ୍ରଭାବିତ 8ଟି ଆକାଉଣ୍ଟରେ ‘Your Twitter Data’ ଟୁଲର ବ୍ୟବହାର କରି ହ୍ୟାକର ଆକାଉଣ୍ଟର ଡିଟେଲ୍ସ ଡାଉନଲୋଡ କରିଥିବା ଦେଖାଯାଇଛି । ଏହି ଟୁଲ ଦ୍ବାରା ୟୁଜର୍ସଙ୍କର ଆକାଉଣ୍ଟର ଡିଟେଲ୍ସ ହାସଲ କରିହୁଏ ।

ସେପଟେ ଏହି ହ୍ୟାକିଂରେ ପ୍ରଭାବିତ ହୋଇଥିବା 130ଟି ଆକାଉଣ୍ଟର ୟୁଜର୍ସ କେଉଁ କେଉଁ ଦେଶର ତାହା ଏପର୍ଯ୍ୟନ୍ତ ଟ୍ବିଟର ସ୍ପଷ୍ଟ କରିନାହିଁ । ଏଥିସହ ସମ୍ପୃକ୍ତ ଘଟଣାରେ ଫରେନସିକ୍‌ ଯାଞ୍ଚ ଜାରି ରହିଥିବା ଟ୍ବିଟର ସୂଚନା ଦେଇଛି ।

@IANS

ABOUT THE AUTHOR

...view details