ଓଡିଶା

odisha

ETV Bharat / bharat

ଚାଷୀଙ୍କ ପାଇଁ ଖୁସି ଖବର, MSP ବଢାଇଲେ ମୋଦି ସରକାର - ଏମଏସପିକୁ ବୃଦ୍ଧି

ସୋମବାର କେନ୍ଦ୍ର ସରକାର ଚାଷୀଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ତଥା ଏମଏସପିକୁ ବୃଦ୍ଧି କରିଛନ୍ତି । ଜାଣନ୍ତୁ କେଉଁ ଫସଲ ଉପରେ କେତେ ବଢିଛି ଏମଏସପି...

ଚାଷୀଙ୍କ ପାଇଁ ଖୁସି ଖବର, MSP ବଢାଇଲେ ମୋଦି ସରକାର
ଚାଷୀଙ୍କ ପାଇଁ ଖୁସି ଖବର, MSP ବଢାଇଲେ ମୋଦି ସରକାର

By

Published : Sep 21, 2020, 8:15 PM IST

ନୂଆଦିଲ୍ଲୀ: କୃଷି ବିଧେୟକୁ ନେଇ ବିରୋଧୀଙ୍କ ଜୋରଦାର ବିରୋଧ ମଧ୍ୟରେ ଚାଷୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦି ସରକାର । ସୋମବାର କେନ୍ଦ୍ର ସରକାର ଚାଷୀଙ୍କ ସର୍ବ ନିମ୍ନ ସହାୟକ ମୂଲ୍ୟ ତଥା ଏମଏସପିକୁ ବୃଦ୍ଧି କରିଛନ୍ତି । କୃଷି ବିଧେୟକରେ ଏମଏସପି ସମାପ୍ତ ନେଇ ବିରୋଧୀ ମିଥ୍ୟା ଅଭିଯୋଗ ସହ ଚାଷୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କେନ୍ଦ୍ରସରକାର କହିଛନ୍ତି ।

ଚାଷୀଙ୍କ ପାଇଁ ଖୁସି ଖବର, MSP ବଢାଇଲେ ମୋଦି ସରକାର

ସୋମବାର ଏମଏସପି ବୃଦ୍ଧିକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ପ୍ରାପ୍ତ ହୋଇଛି । ଗହମ, ବାର୍ଲି, ମସୁର ଡାଲି, ସୋରିଷ ଏବଂ ଚଣା, ଯଅ ଉପରେ ଏମଏସପି ବୃଦ୍ଧି କରାଯାଇଛି | ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ନିଆଯାଇଛି ଏହି ନିଷ୍ପତ୍ତି ।

କେଉଁ ଫସଲ ଉପରେ କେତେ ବଢିଲା ଏମଏସପି?

ଗହମ

ଗହମର ସର୍ବନିମ୍ନ ସମର୍ଥନ ମୂଲ୍ୟ କ୍ବିଣ୍ଟାଲ ପ୍ରତି 1975 ଟଙ୍କା ଘୋଷଣା କରାଯାଇଛି । ଗହମର ଏମଏସପି ମୂଲ୍ୟ କ୍ବିଣ୍ଟାଲ ପିଛା 50 ଟଙ୍କା ବୃଦ୍ଧି ପାଇଛି । ଏହା 2.6 ପ୍ରତିଶତ ବୃଦ୍ଧି । ବିନିଯୋଗ ମୂଲ୍ୟ ଉପରେ ଚାଷୀଙ୍କୁ 106 ପ୍ରତିଶତ ଲାଭ ମିଳିବ ।

ଚଣା

ଚଣାର ସର୍ବ ସହାୟତା ମୂଲ୍ୟ କ୍ବିଣ୍ଟାଲ ପିଛା 5100 ଟଙ୍କା ଘୋଷଣା କରାଯାଇଛି । ଚଣାର ଏମଏସପି କ୍ବିଣ୍ଟାଲ ପିଛା 225 ଟଙ୍କା ବୃଦ୍ଧି ପାଇଛି । ଏହା 4.6 ପ୍ରତିଶତ ବୃଦ୍ଧି । ବିନିଯୋଗ ମୂଲ୍ୟ ଉପରେ ଚାଷୀଙ୍କୁ 78 ପ୍ରତିଶତ ଲାଭ ମିଳିବ ।

ବାର୍ଲି

ବାର୍ଲିର ସହାୟତା ମୂଲ୍ୟ କ୍ବିଣ୍ଟାଲ ପିଛା 1600 ଟଙ୍କା ଘୋଷଣା କରାଯାଇଛି । ବାର୍ଲିର ଏମଏସପି କ୍ବିଣ୍ଟାଲ ପିଛା 75 ଟଙ୍କା ବୃଦ୍ଧି ପାଇଛି । ଏହା 4.9 ପ୍ରତିଶତ ବୃଦ୍ଧି । ବିନିଯୋଗ ମୂଲ୍ୟ ଉପରେ ଚାଷୀଙ୍କୁ 65 ପ୍ରତିଶତ ଲାଭ ମିଳିବ ।

ମସୁର ଡାଲି

ବାର୍ଲିର ସହାୟତା ମୂଲ୍ୟ କ୍ବିଣ୍ଟାଲ ପିଛା 5100 ଟଙ୍କା ଘୋଷଣା କରାଯାଇଛି । ମସୁର ଡାଲିର ଏମଏସପି କ୍ବିଣ୍ଟାଲ ପିଛା 300 ଟଙ୍କା ବୃଦ୍ଧି ପାଇଛି । ଏହା 6.3 ପ୍ରତିଶତ ବୃଦ୍ଧି । ବିନିଯୋଗ ମୂଲ୍ୟ ଉପରେ ଚାଷୀମାନେ 78 ପ୍ରତିଶତ ଲାଭ ପାଇବେ ।

ଚାଷୀଙ୍କ ଫସଲ ଉପରେ ଏମଏସପି ବୃଦ୍ଧି ନେଇ ଟ୍ବିଟ ଯୋଗେଁ ସୂଚନା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ ଲେଖିଛନ୍ତି, କେନ୍ଦ୍ର ସରକାର କେବଳ ଏମଏସପି ବୃଦ୍ଧି କରିନାହାଁନ୍ତି ବରଂ କୃଷକଙ୍କ ପାରିଶ୍ରମିକ ମୂଲ୍ୟ ନିଶ୍ଚିତ କରିବାକୁ ଏମଏସପି ଉପରେ କ୍ରୟ ବୃଦ୍ଧି କରିଛନ୍ତି ।

ତଥ୍ୟ ଆଧାରରେ କୃଷକମାନଙ୍କୁ ବିଭ୍ରାନ୍ତ କରୁଥିବା ଲୋକଙ୍କ ମିଥ୍ୟା ଛବି ପଦାରେ ପଡିଛି, ସେମାନେ ବର୍ତ୍ତମାନ ଆମର ଅନ୍ନାଦା ଭାଇ ଓ ଭଉଣୀମାନଙ୍କୁ କ୍ଷମା ମାଗିବା ଉଚିତ୍ ବୋଲି ନଡ୍ଡା ଲେଖିଛନ୍ତି ।

ABOUT THE AUTHOR

...view details