ଓଡିଶା

odisha

ETV Bharat / bharat

ଆମ ସରକାରରେ ଅପରାଧ ଏବଂ ଦୁର୍ନୀତିକୁ ମିଳିନି ସହନଶୀଳତା: ଯୋଗୀ ଆଦିତ୍ୟନାଥ

ଆମ ସରକାର ଅପରାଧ ଏବଂ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଦେଖାଇଥିବା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଯାହାଦ୍ବାରା ଗତ 3 ବର୍ଷ ହେବ ରାଜ୍ୟରେ ପରିବର୍ତ୍ତନ ଆସିଛି । ଏଥିସହ ସେ କହିଛନ୍ତି ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ଉତ୍ତମ ଆଇନ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ଅଟେ ।

_yogi adityanath
ଆମ ସରକାର ଅପରାଧ ଏବଂ ଦୁର୍ନୀତିକୁ ଶୂନ୍ୟ ସହନଶୀଳତା ଦେଖାଇଛନ୍ତି

By

Published : Jul 12, 2020, 11:03 AM IST

ଲକ୍ଷ୍ନୌ: ଆମ ସରକାର ଅପରାଧ ଏବଂ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ଦେଖାଇଥିବା ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି । ଯାହାଦ୍ବାରା ଗତ 3 ବର୍ଷ ହେବ ରାଜ୍ୟ ମଧ୍ୟରେ ପରିବର୍ତ୍ତନ ଆସିଛି । ଏଥିସହ ସେ କହିଛନ୍ତି ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ଉତ୍ତମ ଆଇନ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ଅଟେ ।

ଲୋକଙ୍କ ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ଆମର ଦାୟିତ୍ବ ଅଟେ । ଉନ୍ନତି ଏବଂ ପୁଞ୍ଜି ନିବେଶକୁ ଆକର୍ଷିତ କରିବା ପାଇଁ ଉତ୍ତମ ଆଇନ ଶୃଙ୍ଖଳା ଗୁରୁତ୍ବପୂର୍ଣ୍ଣ ଅଟେ । ଏହାକୁ ଦୃଷ୍ଟିରେ ରଖି ଆମେ ଅପରାଧ ଏବଂ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ପ୍ରଦର୍ଶନ କରିଛୁ । ଯାହା ଗତ ତିନି ବର୍ଷ ହେବ ରାଜ୍ୟର ରୂପରେଖ ବଦଳାଇଛି ।

‘ଇଣ୍ଡିଆ ଗ୍ଲୋବାଲ ସପ୍ତାହ’ଦ୍ୱାରା ଆୟୋଜିତ ଏକ ୱେବିନାରରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଏହା ପଛରେ ଉଦ୍ଦେଶ୍ୟ କଣ ରହିଛି ବୋଲି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୋଗୀ ଆଦିତ୍ୟନାଥ ଏହା କହିଥିଲେ ।

ପ୍ରକାଶ ଥାଉକି, ଗ୍ୟାଙ୍ଗଷ୍ଟାର ବିକାଶ ଦୁବେ ଏନକାଉଣ୍ଟରକୁ ନେଇ ବିରୋଧୀ ଦଳ ନେତା ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ତେବେ କାନପୁର ମାଷ୍ଟରମାଇଣ୍ଡ ବିକାଶ ଦୁବେକୁ ମଧ୍ୟପ୍ରଦେଶରୁ କାନପୁର ନିଆଯିବା ସମୟରେ ଗାଡି ଓଲଟିବା ପରେ ବିକାଶ ଫେରାର ଉଦ୍ୟମ କରିଥିଲା। ଘଟଣାସ୍ଥଳରେ ପୋଲିସର ଏନକାଉଣ୍ଟରରେ ସେ ନିହତ ହୋଇଥିଲା ।

ABOUT THE AUTHOR

...view details