ଓଡିଶା

odisha

ETV Bharat / bharat

ଲକଡାଉନରେ ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 1.58 ଲକ୍ଷ ଲୋକ

ଜମ୍ମୁ ଓ ଉଦ୍ଧମପୁର ରେଲୱେ ଷ୍ଟେସନରେ ପ୍ରାୟ 62ଟି ସ୍ବତନ୍ତ୍ର ଟ୍ରେନ ଦ୍ବାରା ପ୍ରାୟ 50 ହଜାର 71 ଯାତ୍ରୀ ଫେରିଛନ୍ତି । ସେହିପରି ଏକ ଲକ୍ଷ 8 ହଜାର 800 ବ୍ୟକ୍ତି ଲଖନପୁର ଦେଇ ଫେରିଛନ୍ତି । ଅଧିକ ପଢନ୍ତୁ...

ଲକଡାଉନରେ ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 1.58 ଲକ୍ଷ ଲୋକ
ଲକଡାଉନରେ ଜମ୍ମୁ ଓ କାଶ୍ମୀରକୁ ଫେରିଛନ୍ତି 1.58 ଲକ୍ଷ ଲୋକ

By

Published : Jun 24, 2020, 5:07 AM IST

ଶ୍ରୀନଗର: ଲକଡାଉନରେ ସାରା ଦେଶରେ ବିଭିନ୍ନ ରାଜ୍ୟର ଲୋକ ଫସିରହିଥିଲେ । ଏମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିଛନ୍ତି ବିଭିନ୍ନ ରାଜ୍ୟ ସରକାର । ବସ୍, ଟ୍ରେନ ଯୋଗେ ଘରକୁ ଫେରିଛନ୍ତି ଲକ୍ଷ ଲକ୍ଷ ଲୋକ । ଏମାନଙ୍କ ମଧ୍ୟରେ କେବଳ ଜମ୍ମୁ ଓ କାଶ୍ମୀରକୁ 1.58 ଲକ୍ଷରୁ ଅଧିକ ଲୋକ ଫେରିଥିବା ଜଣାପଡିଛି ।

ଜମ୍ମୁ ଓ କାଶ୍ମୀର ପ୍ରଶାସନ ପକ୍ଷରୁ ଏହି ଲୋକମାନଙ୍କୁ ଫେରାଇ ଆଣିଥିବା ସରକାରୀ ଅଧିକାରୀଙ୍କ ପକ୍ଷରୁ ପ୍ରକାଶ କରାଯାଇଛି । ଏହା ଅନୁସାରେ ଜମ୍ମୁ ଓ ଉଦ୍ଧମପୁର ରେଲୱେ ଷ୍ଟେସନରେ ପ୍ରାୟ 62ଟି ସ୍ବତନ୍ତ୍ର ଟ୍ରେନ ଦ୍ବାରା ପ୍ରାୟ 50 ହଜାର 71 ଯାତ୍ରୀ ଫେରିଛନ୍ତି । ସେହିପରି ଏକ ଲକ୍ଷ 8 ହଜାର 800 ବ୍ୟକ୍ତି ଲଖନପୁର ଦେଇ ଜମ୍ମୁ ଓ କାଶ୍ମୀର ଫେରିଛନ୍ତି । ଏମାନଙ୍କ ମଧ୍ୟରେ 328 ବିଦେଶୀ ଥିବା ସୂଚନା ରହିଛି ।

ବାହାରେ ଫସିଥିବା ମୋଟ୍ ଏକ ଲକ୍ଷ 58 ହଜାର 871 ନିବାସୀଙ୍କୁ ଫେରାଇ ଆଣିଛନ୍ତି କେନ୍ଦ୍ର ଶାସିତ ଅଞ୍ଚଳର ସରକାର । ଲଖନପୁର ଦେଇ ଆସିଥିବା ସମସ୍ତ ଯାତ୍ରୀ ବସରେ ଆସିଥିବା ଜଣାପଡିଛି । ବିଭିନ୍ନ ରାଜ୍ୟରୁ ଫେରିଥିବା ସମସ୍ତ ଲୋକଙ୍କର ପ୍ରତିଷେଧକ ବ୍ୟବସ୍ଥା ସହ ସ୍କ୍ରିନିଂ ହୋଇଥିବା ସରକାରୀ ଅଧିକାରୀ ପ୍ରକାଶ କରିଛନ୍ତି । ଜୁନ୍ 22ରୁ 23 ମଧ୍ୟରେ ଲଖନପୁର ଦେଇ ପ୍ରାୟ 1485 ଲୋକ ଫେରିଛନ୍ତି । ଜମ୍ମୁରେ ନୂଆଦିଲ୍ଲୀରୁ 41ତମ କୋଭିଡ ସ୍ପେଶାଲ ଟ୍ରେନରେ 920 ଜଣ ମଙ୍ଗଳବାର ଆସି ପହଞ୍ଚିଥିବା ଜଣାପଡିଛି । ଜମ୍ମୁରେ 41ଟି ଟ୍ରେନରେ ଏବେ ଯାଏଁ 34 ହଜାର 375 ଏବଂ ଉଦ୍ଧମପୁରରେ 21ଟି ଟ୍ରେନ ଦ୍ବାରା 15 ହଜାର 696 ଫସିଥିବା ଯାତ୍ରୀ ପହଞ୍ଚିଛନ୍ତି ।

ABOUT THE AUTHOR

...view details