ଓଡିଶା

odisha

ETV Bharat / bharat

10 ବର୍ଷ ପାଇଁ 2200 ବିଦେଶୀ ତବଲିଗୀ ଜମାତ ସଦସ୍ୟଙ୍କୁ ଭାରତ ମନା - Tablighi Jamaat members Govt blacklists

ତବଲିଗୀ ଜାମାତର ଧାର୍ମିକ ସ୍ଥଳରେ ଯୋଗଦେଇଥିବା 2200 ବିଦେଶୀ ନାଗରିକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତ ସରକାର | ଏହି ବିଦେଶୀମାନଙ୍କୁ ଆସନ୍ତା 10 ବର୍ଷ ପାଇଁ କଳାତାଲିକାଭୁକ୍ତ କରାଯାଇଛି।

Tablighi Jamaat
Tablighi Jamaat

By

Published : Jun 4, 2020, 8:12 PM IST

ନୂଆଦିଲ୍ଲୀ: ଭାରତ ସରକାର ଟୁରିଷ୍ଟ ଭିସା ମାଧ୍ୟମରେ ଭାରତକୁ ଆସିଥିବା ଏବଂ ତବଲିଗୀ ଜାମାତର ଧାର୍ମିକ ସ୍ଥଳରେ ଯୋଗଦେଇଥିବା 2200 ବିଦେଶୀ ନାଗରିକଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି | ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ବିଦେଶୀମାନଙ୍କୁ ଆସନ୍ତା 10 ବର୍ଷ ପାଇଁ କଳାତାଲିକାଭୁକ୍ତ କରାଯାଇଛି । ବର୍ତ୍ତମାନ ଏହି ନାଗରିକମାନେ ଆସନ୍ତା 10 ବର୍ଷ ପାଇଁ ଭାରତ ଆସିପାରିବେ ନାହିଁ ।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ନାଗରିକମାନେ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ ଏବଂ ତବଲିଗୀ ଜମାତର କାର୍ଯ୍ୟକଳାପରେ ଜଡିତ ଥିଲେ । ଭିସା ନିୟମ ଉଲ୍ଲଂଘନ ପାଇଁ ଏହି ନାଗରିକମାନଙ୍କୁ 10 ବର୍ଷ ପାଇଁ ଭାରତ ଆସିବା ଉପରେ ନିଷେଧାଦେଶ ଜାରି କରାଯାଇଛି ।

ଏହା କୁହାଯାଉଛି ଯେ 2200ରୁ ଅଧିକ ବିଦେଶୀ ତବଲିଗୀ ଜାମାତର ସଦସ୍ୟ, ଯେଉଁମାନେ ଭାରତ ଗସ୍ତ କରିଥିଲେ ଏବଂ ଟୁରିଷ୍ଟ ଭିସା ଉପରେ ସାରା ଦେଶରେ ପର୍ଯ୍ୟଟନ କାର୍ଯ୍ୟରେ ଭାଗ ନେଇଥିଲେ। ସେମାନଙ୍କୁ 10 ବର୍ଷ ଧରି କଳା ତାଲିକାଭୁକ୍ତ କରାଯାଇଛି | ଏହି ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି।

ସୂଚନାନୁସାରେ, 2200 ବିଦେଶୀ କଳା ତାଲିକାରେ ମାଲି, ନାଇଜେରିଆ, ଶ୍ରୀଲଙ୍କା, କେନିଆ, ଜିବୁତି, ତାଞ୍ଜାନିଆ, ଦକ୍ଷିଣଆଫ୍ରିକା, ମିଆଁମାର, ଥାଇଲ୍ୟାଣ୍ଡ, ବାଂଲାଦେଶ, ୟୁକେ (OCI କାର୍ଡ ଧାରକ) ଅଷ୍ଟ୍ରେଲିଆ ଏବଂ ନେପାଳର ନାଗରିକ ଅନ୍ତର୍ଭୁକ୍ତ। ଆସନ୍ତା 10 ବର୍ଷ ପାଇଁ ସେମାନଙ୍କୁ ଭାରତ ଆସିବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ABOUT THE AUTHOR

...view details