ଓଡିଶା

odisha

ETV Bharat / bharat

ଶପଥ ନେଲେ 3 ରାଜ୍ୟର ରାଜ୍ୟପାଳ

ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଆନନ୍ଦୀବେନ ପଟେଲ, ଫଗୁ ଚୌହ୍ବାନ ଓ ଲାଲଜୀ ଟଣ୍ଡନ । ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସେମାନେ ।

ଡିଜାଇନ ଫୋଟ

By

Published : Jul 29, 2019, 8:30 PM IST

ନୂଆଦିଲ୍ଲୀ: ସୋମବାର ଉତ୍ତରପ୍ରଦେଶ, ବିହାର ଓ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ଶପଥ ନେଇଛନ୍ତି ଶାସକ ବିଜେପିର ତିନି ବରିଷ୍ଠ ନେତା । ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟପାଳ ରୂପେ ଆନନ୍ଦୀବେନ ପଟେଲ, ଫଗୁ ଚୌହ୍ବାନ ଓ ଲାଲଜି ଟଣ୍ଡନଙ୍କୁ ପୂର୍ବରୁ ମନୋନୀତ କରିଥିଲେ । ଆଉ ଆଜି ଏହି ତିନି ନେତା ଗ୍ରହଣ କରିଛନ୍ତି ପଦ ଓ ଗୋପନୀୟତାର ଶପଥପାଠ ।

ଆନନ୍ଦୀବେନ ପଟେଲ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ଲକ୍ଷ୍ନୌ ଠାରେ ଶପଥ ଗ୍ରହଣ କରିଥିଲେ । ଉତ୍ତର ପ୍ରଦେଶ ରାଜଭବନଠାରେ ଆୟୋଜିତ ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଗୋବିନ୍ଦ ମାଥୁର ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ।

ସେହିପରି ବିହାର ରାଜ୍ୟପାଳ ଭାବେ ଶପଥ ନେଇଥିବା ଫଗୁ ଚୌହ୍ନାନଙ୍କୁ ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଅମେଶ୍ବର ପ୍ରତାପ ସାହି ଶପଥ ଗ୍ରହଣ କରାଇଛନ୍ତି । ସେହିପରି ମଧ୍ୟପ୍ରଦେଶର ନୂଆ ରାଜ୍ୟପାଳ ଭାବେ ଆଜି ଲାଲଜୀ ଟଣ୍ଡନଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ରବି ଶଙ୍କର ଝା ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।

ABOUT THE AUTHOR

...view details