ଡେରାଡୁନ୍: 6 ମାସ ପରେ ବାବା କେଦାରନାଥଙ୍କ କବାଟ ଆଜି (ଗୁରୁବାର) ଖୋଲାଯାଇଛି । ପ୍ରାତଃ 5.35 ମିନିଟ୍ରେ ରୀତିନୀତି ଅନୁସାରେ କଦେରାନାଥ ଧାମର କବାଟ ଖୋଲାଯାଇଥିଲା । ପ୍ରଥମ ଦିନରେ ହିଁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ତେବେ ଉତ୍ତରାଖଣ୍ଡର ରାଜ୍ୟପାଳ ବେବି ରାଣୀ ମୌର୍ଯ୍ୟ କେଦାରଘାଟିରେ ପହଞ୍ଚି ବାବାଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ।
ରାଜ୍ୟପାଳ କଲେ ବବା କେଦାରନାଥଙ୍କ ଦର୍ଶନ - ରାଜ୍ୟପାଳ
ରାଜ୍ୟପାଳ ଗୁରୁବାର ଦିନ ସକାଳ 9ଟା50 ମିନିଟରେ କେଦାରଘାଟିରେ ଥିବା ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ପଦଯାତ୍ରା କରି 10ଟା10ମିନିଟ୍ରେ ମନ୍ଦିରରେ ପହଞ୍ଚିଥିଲେ । ପୂଜାର୍ଚ୍ଚନା କରିବା ସହ ମନ୍ଦିର ପରିକ୍ରମା ମଧ୍ୟ କରିଛନ୍ତି ।
ଫଟୋ ସୌଜନ୍ଯ: ଇଟିଭି ବ୍ୟୁରୋ
ରାଜ୍ୟପାଳ ଗୁରୁବାର ଦିନ ସକାଳ 9ଟା50 ମିନିଟରେ କେଦାରଘାଟିରେ ଥିବା ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ପଦଯାତ୍ରା କରି 10ଟା10ମିନିଟ୍ରେ ମନ୍ଦିରରେ ପହଞ୍ଚିଥିଲେ । ଏଥିସହ ଚାରିଧାମର ତୀର୍ଥଯାତ୍ରୀଙ୍କ ପାଇଁ ନିୟୋଜିତ ଥିବା ଡାକ୍ତରୀଦଳର ପ୍ରଶଂସା କରିଥିଲେ । ଏଥିସହ ସେମାନଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।