ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ପାଲା; ‘ଆମ ଉପରେ ଛାଡ଼ିଦିଅ ଅନ୍ତିମ ଆଦେଶ’

ମହାରାଷ୍ଟ୍ର ମାମଲାକୁ କରନାହିଁ ଅତିରଞ୍ଜିତ । ଏନେଇ ନିର୍ଦ୍ଦେଶ କ’ଣ ଦିଆଯିବ ତାହା ଆମ ଉପରେ ଛାଡ଼ିଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ।

ଫାଇଲ ଫଟୋ

By

Published : Nov 25, 2019, 12:26 PM IST

ମୁମ୍ବାଇ: ସର୍ବୋଚ୍ଚ ନ୍ୟାୟାଳୟରେ ଜାରି ରହିଛି ମହାରାଷ୍ଟ୍ର ମାମଲାର ଶୁଣାଣି । ଏହା ସହିତ ତିନି ଦଳ ଶିବସେନା, କଂଗ୍ରେସ ଓ ଏନସିପିର ଓକିଲ ମଧ୍ୟ ନିଜ ନିଜର ପକ୍ଷ ରଖିଛନ୍ତି । ସେହିପରି ରାଜ୍ୟପାଳ ଭଗତ ସିଂହ କୋଶୟାରୀଙ୍କ ପକ୍ଷ ରଖିଛନ୍ତି ସଲିସିଟର ଜେନେରାଲ ତୁଷାର ମେହେଟ୍ଟା । ସମସ୍ତ ଦଳର ପକ୍ଷ ଶୁଣିବା ସହ ମାମଲାର ରାୟ କ’ଣ ଆସିବ ତାହା ଆମ ଉପରେ ଛାଡ଼ିଦିଅ ବୋଲି କହିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ।

ଏହି ମାମଲାକୁ ଅତିରଞ୍ଜିତ କରି ଉପସ୍ଥାପନା ନକରିବାକୁ ସମସ୍ତ ପକ୍ଷକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଯଥାଶୀଘ୍ର ଅର୍ଥାତ୍ 24 ଘଣ୍ଟା ମଧ୍ୟରେ ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଶିବସେନା ପକ୍ଷର ଓକିଲ କପିଲ ସିବଲ ।

ବହୁମତ ସାବ୍ୟସ୍ତ କରିବାକୁ 14 ଦିନ ସମୟ ଦେଇଛନ୍ତି ରାଜ୍ୟପାଳ । ତା’ଠାରୁ କମ ଦିନର ସମୟ ଦିଆ ଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟରେ କହିଛନ୍ତି ବିଜେପି ଓକିଲ । ସେହିପରି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ କେତେ ଦିନର ସମୟ ଧାର୍ଯ୍ୟ ହେବ ତାହା କୋର୍ଟ ନିର୍ଦ୍ଧାରିତ କରିବେ ବୋଲି କହିଛନ୍ତି ଅଦାଲତଙ୍କ ଦ୍ବାରା ଗଠିତ ତିନି ଜଣିଆ ଖଣ୍ଡପୀଠ।

ABOUT THE AUTHOR

...view details