ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଏହାକୁ ପ୍ରତିରୋଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 21 ଦିନ ପର୍ଯ୍ୟନ୍ତ ସାରା ଭାରତକୁ ଲକ୍ ଡାଉନ ଘୋଷଣା କରାଯାଇଛି । ଦିଲ୍ଲୀରେ କୋରୋନା ସ୍ଥିତିକୁ ନେଇ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବୈଜଲଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀରେ କୋରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀରେ ଲକ ଡାଉନ ଘୋଷଣା କରାଯାଇଥିଲା ।
ଦିଲ୍ଲୀରେ କୋରୋନା ସ୍ଥିତିକୁ ନେଇ ସଚିବାଳୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ମନୀଷ ସିସୋଦିଆ ମଧ୍ୟ ଉପସ୍ଥିତ ଥିଲେ । ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହି ସବୁ ବ୍ୟବସ୍ଥା କରାଯାଉଛି ଓ ଅତ୍ୟାବଶ୍ୟକ ସାମଗ୍ରୀର ସମସ୍ତ ବ୍ୟବସ୍ଥା କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଥିବା ଲକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ । ମାସ୍କ, ସାନିଟାଇଜର ଉତ୍ପାଦନ କରାଯିବା ବୃଦ୍ଧି କରାଯାଉଛି । ଲକ ଡାଉନ ପରେ ସାଧାରଣତଃ ଶ୍ରମିକ,ଗରିବ ଓ ସାଧାରଣ ଲୋକଙ୍କ ଅବସ୍ଥାକୁ ନେଇ ଆଲୋଚନା କରାଯାଇଛି ।ରାଜଧାନୀର ଗରିବ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇବାର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।