ହାଇଦ୍ରାବାଦ: ଭାରତ ସରକାରଙ୍କ MSME ହେଉଛି ଦେଶର ମାଇକ୍ରୋ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ସହ ଜଡିତ ନିୟମାବଳୀ ଏବଂ ନିୟମ ପ୍ରଣୟନ ପାଇଁ ସର୍ବୋଚ୍ଚ କାର୍ଯ୍ୟନିର୍ବାହୀ ସଂସ୍ଥା । 2020-21ର ପ୍ରଥମ 3 ମାସରେ ଭାରତରେ ପ୍ରକୃତ ଜିଡିପିର ଆକଳନ ସୂଚାଇ ଦେଉଛି ଯେ ସରକାରଙ୍କ ଦ୍ବାରା ଲକଡାଉନ ସମୟରେ ଲାଗୁ ହୋଇଥିବା କଡା କାର୍ଯ୍ୟାନୁଷ୍ଠାନ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଡିଛି । ତେବେ ଏହା MSME ସେକ୍ଟର ଉପରେ ମଧ୍ୟ ପ୍ରଭାବ ପକାଇଛି । MSME ଯେହେତୁ ଉଭୟ ଆନୁଷ୍ଠାନିକ ଏବଂ ଅନଔପଚାରିକ କ୍ଷେତ୍ରରେ ରହିଛି, ତେଣୁ ୟୁନିଟ୍ ଗୁଡିକର ଅସ୍ଥାୟୀ କିମ୍ବା ସ୍ଥାୟୀ ବନ୍ଦ ସମ୍ବନ୍ଧୀୟ ତଥ୍ୟର ବନ୍ଦ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ହେଉନାହିଁ । କିନ୍ତୁ ଏହି କ୍ଷେତ୍ରକୁ ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସରକାର ମହାମାରୀ ପରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ।
କୋରୋନା ମହାମାରୀ ପରେ ଭାରତ ସରକାର MSMEକୁ ସହାୟତା ଯୋଗାଇବା ପାଇଁ ଆତ୍ମ ନିର୍ଭର ଭାରତ ଅଭିଯାନ ଅଧୀନରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏହି ପଦକ୍ଷେପଗୁଡିକ ହେଉଛି:-
- MSME ସମେତ ବ୍ୟବସାୟ ପାଇଁ 3 ଲକ୍ଷ କୋଟି କୋଲ୍ୟାଟେରାଲ ଫ୍ରି ଅଟୋମେଟିକ ଋଣ (ଏକ ଋଣଦାତା ନିକଟକୁ ଯାଇ ନିର୍ଦ୍ଦିଷ୍ଟ ସୁଧ ହାରରେ ତାଙ୍କଠାରୁ ଋଣ ନେଇ ପାରିବ ଯଦିଓ ତୁମର ପ୍ରତିଶ୍ରୁତି କିମ୍ବା ଇନଭେଷ୍ଟ କରିବାର କିଛି ନାହିଁ ) ସରକାର ଘୋଷଣା କରିଛନ୍ତି ।
- ଚାପଗ୍ରସ୍ତ MSME ପାଇଁ 20,000 କୋଟି ସବୋର୍ଡେଟ ଋଣ
- MSME ଫଣ୍ଡ ଅଫ୍ ଫଣ୍ଡ୍ସ ମାଧ୍ୟମରେ 50,000 କୋଟି ଇକ୍ଟିଟି ଇନଫ୍ୟୁଜନ୍(ସାଧାରଣ ଅଂଶଧନ ବଦଳରେ କମ୍ପାନୀ ଦ୍ବାରା ପ୍ରାପ୍ତ ଯେକୌଣସି ପରିମାଣର ନଗଦ ଟଙ୍କା ନେଇପାରିବ)
- ବ୍ୟବସାୟର ସହଜତା ପାଇଁ ‘ଉଦୟମ୍ ରେଜିଷ୍ଟ୍ରେସନ୍’ ମାଧ୍ୟମରେ MSMEର ନୂତନ ପଞ୍ଜୀକରଣ କରିପାରିବ ।
- 200 କୋଟି ପର୍ଯ୍ୟନ୍ତ କ୍ରୟ ପାଇଁ କୌଣସି ବିଶ୍ବସ୍ତରୀୟ ଟେଣ୍ଡର ନାହିଁ ।
ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସ୍ତରରେ ରହିଥିବା MSME ଗୁଡ଼ିକ ସରକାରଙ୍କ 3 ଲକ୍ଷ କୋଟି କୋଲ୍ୟାଟେରାଲ ଫ୍ରି ଅଟୋମେଟିକ ଋଣ ଅନୁସାରେ ଲାଭବାନ ହୋଇପାରିବେ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା 2020ମସିହା ଜୁନ 6 ତାରିଖରେ ଏକ ଅନଲାଇନ୍ ପୋର୍ଟାଲ୍ 'ଚାମ୍ପିଅନ୍ସ' ଉନ୍ମୋଚିତ ହୋଇଛି । ଏହା ଇ-ଶାସନର ଅନେକ ଦିଗକୁ ଅନ୍ତର୍ଭୁକ୍ତ କରେ ଯାହା ଅଭିଯୋଗର ସମାଧାନ ଏବଂ MSMEର ସମର୍ଥନ କରିଥାଏ । MSMEର ଆର୍ଥିକ ଚାପକୁ ହ୍ରାସ କରିବା ପାଇଁ ଆରବିଆଇ ମଧ୍ୟ ଅନେକ ପଦକ୍ଷେପ ଘୋଷଣା କରିଛି ।