ଓଡିଶା

odisha

ETV Bharat / bharat

CAA-NRC ନେଇ ରୁଜୁ ମୋକଦ୍ଦମାକୁ ଫେରାଇ ନିଅନ୍ତୁ ସରକାର: ମାୟାବତୀ

ସିଏଏ ଓ ଏନଆରସି  ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କ ନାଁରେ ରୁଜୁ ହୋଇଥିବା ମାମଲାକୁ ତୁରନ୍ତ ହଟାଇବାକୁ ମାୟାବତୀଙ୍କ ଦାବି । ଅଧିକ ପଢନ୍ତୁ...

CAA
ସିଏଏ ଓ ଏନଆରସିକୁ ନେଇ ରୁଜୁ ମକଦ୍ଦମାକୁ ଫେରସ୍ତ ନିଅନ୍ତୁ ସରକାର

By

Published : Feb 11, 2020, 12:09 PM IST

ଲକ୍ଷ୍ନୌ: ସିଏଏ ଓ ଏନଆରସିକୁ ହଟାଇବାକୁ ନେଇ ଆନ୍ଦୋଳନ କରୁଥିବା ଲୋକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହାକୁ ହଟାଇବାକୁ ସୋମବାର ବିଜେପି ସରକାରଙ୍କୁ ଦାବି କରିଛନ୍ତି ବହୁଜନ ସମାଜ ପାର୍ଟି(ବସପା)ର ଅଧ୍ୟକ୍ଷ ମାୟାବତୀ। ଏହାସହ ସିଏଏକୁ ବିରୋଧ ସମୟରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବା ପାଇଁ ମଧ୍ୟ କହିଛନ୍ତି।

ମାୟାବତୀ ଏକ ଟ୍ବିଟ କରି କହିଛନ୍ତି ଯେ, ସିଏଏ ଓ ଏନଆରସି ବିରୋଧରେ ଆନ୍ଦୋଳନ କରୁଥିବା ସମସ୍ତ ମହିଳାଙ୍କ ସମେତ ଯେଉଁ ଲୋକଙ୍କ ନାଁରେ ଉତ୍ତରପ୍ରେଦେଶ ବିଜେପି ସରକାରଙ୍କ ଦ୍ବାରା ଥାନାରେ ମାମଲା ରୁଜୁ ହୋଇଛି ତାହାକୁ ତୁରନ୍ତ ହଟାଯାଉ । ବିରୋଧ ପ୍ରଦର୍ଶନ ସମୟରେ ଯେଉଁମାନଙ୍କର ପ୍ରାଣହାନୀ ହୋଇଛି ସେମାନଙ୍କ ପରିବାରକୁ ସରକାରଙ୍କ ପକ୍ଷରୁ ସହାୟତା କରାଯାଉ ।

ଏହାପୂର୍ବରୁ ମାୟାବତୀ ଲକ୍ଷ୍ନୌ ବିଶ୍ବବିଦ୍ୟାଳୟରେ ସିଏଏକୁ ପାଠ୍ୟକ୍ରମରେ ସାମିଲ କରିବାକୁ ନେଇ ବିରୋଧ ପ୍ରଦର୍ଶନ କରିସାରିଛନ୍ତି । ସେ କହିଥିଲେ ଯେ, ସିଏଏକୁ ନେଇ ତର୍କ ବିତର୍କ ପର୍ଯ୍ୟନ୍ତ ଠିକ ରହିଛି । କିନ୍ତୁ କୋର୍ଟରେ ଏହା ଉପରେ ଶୁଣାଣି ଜାରି ରଖିବା ସତ୍ତ୍ବେ ବିଶ୍ବବିଦ୍ୟାଳୟ ଦ୍ବାରା ଅତି ବିବାଦିତ ଓ ବିଭାଜନକାରୀ ନାଗରିକତା ଆଇନକୁ ପାଠ୍ୟକ୍ରମରେ ସାମିଲ କରିବା ସମ୍ପୂର୍ଣ୍ଣ ଭାବେ ଭୁଲ ଓ ଅନୁଚିତ ଅଟେ । ବସପା ଏହାକୁ ବିରୋଧ କରୁଛି । ଆଉ ରାଜ୍ୟରେ କ୍ଷମତାକୁ ଆସିବା ପରେ ଅବଶ୍ୟ ଏହାକୁ ହଟାଇ ଦିଆଯିବ।

ସୌଜନ୍ୟ: IANS

ABOUT THE AUTHOR

...view details