ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାର 'ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର' ଦେବା ନେଇ ଘୋଷଣା କରିଛନ୍ତି । ଏହି ପୁରସ୍କାର ଦେଶର ଏକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ଓ ସଂସ୍ଥାକୁ ଦିଆଯିବ ।
ସରକାର ଘୋଷଣା କଲେ 'ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର' - ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର
ଦେଶର ଏକତା ଏବଂ ଅଖଣ୍ଡତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ଓ ସଂସ୍ଥାକୁ ଦିଆଯିବ ସର୍ଦ୍ଦାର ପଟେଲ ରାଷ୍ଟ୍ରୀୟ ଏକତା ପୁରସ୍କାର ମିଳିବା । ଘୋଷଣା କଲେ କେନ୍ଦ୍ର ସରକାର ।
ଫାଇଲ ଫଟୋ
ଗତବର୍ଷ ଡିସେମ୍ବରରେ କେବଡିଆରେ ଡିଜିପି ଓ ଆଇପିଜିର ବାର୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ପୁରସ୍କାର ଦେବାକୁ ଥିବା ସଂସ୍ଥାର ଘୋଷଣା କରିଥିଲେ । କେବଡିଆରେ ହିଁ ସର୍ଦ୍ଦାର ପଟେଲଙ୍କର ବିଶାଳକାୟ ମୂର୍ତ୍ତି ରହିଛି । ଗୃହ ମନ୍ତ୍ରାଳୟର ଅଧିସୂଚନା ଅନୁଶାରେ ଏହି ସମ୍ମାନ ମଜବୁତ ଓ ସଂଯୁକ୍ତ ଭାରତକୁ ବଳଦେବା ତଥା ଏକତା ଓ ଅଖଣ୍ଡତାକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାକୁ ଦିଆଯିବ ।
ଜାତି, ବୃତ୍ତି, ପଦ, ଲିଙ୍ଗର ଭେଦଭାବ ବିନା ଯେକୌଣସି ବ୍ୟକ୍ତି ଦେଶର ଏକତା ଦିଗରେ ଉତ୍କୃଷ୍ଟ କାର୍ଯ୍ୟ କରିବ ସେ ହିଁ ଏହି ପୁରସ୍କାର ପାଇବାର ଯୋଗ୍ୟ ହେବ ।