ଓଡିଶା

odisha

ETV Bharat / bharat

କୃଷକଙ୍କ ବିରୋଧରେ ହୋଇଥିବା ଏତଲା ତୁରନ୍ତ ପ୍ରତ୍ୟାହାର ଦାବି - ଗାଜିପରୁ ବର୍ଡରରେ ଚାଷୀ ଆନ୍ଦୋଳନ ଅପଡେଟ

କେନ୍ଦ୍ରୀୟ କୃଷି ଆଇନକୁ ନେଇ ପ୍ରତିବାଦ ଚାଲୁଥିବାବେଳେ ଉତ୍ତରାଖଣ୍ଡର ଉଧମ ସିଂ ନଗରରେ କୃଷକ ମାନଙ୍କ ବିରୋଧରେ ହୋଇଥିବା ଏତଲାକୁ ନିନ୍ଦା କରିଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ତୁରନ୍ତ ଏତଲା ପ୍ରତ୍ୟାହାର କରିବାକୁ ଦାବି । ପଢନ୍ତୁ ଅଧିକ.....

କୃଷକ ମାନଙ୍କ ବିରୋଧରେ ହୋଇଥିବା ଏତଲା ତୁରନ୍ତ ପ୍ରତ୍ୟାହାର ଦାବି କଲା ସଂଯୁକ୍ତ କୃଷକ ମୋର୍ଚ୍ଚା
କୃଷକ ମାନଙ୍କ ବିରୋଧରେ ହୋଇଥିବା ଏତଲା ତୁରନ୍ତ ପ୍ରତ୍ୟାହାର ଦାବି କଲା ସଂଯୁକ୍ତ କୃଷକ ମୋର୍ଚ୍ଚା

By

Published : Dec 28, 2020, 10:55 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ କୃଷି ଆଇନକୁ ନେଇ ପ୍ରତିବାଦ ଚାଲୁଥିବାବେଳେ ଉତ୍ତରାଖଣ୍ଡର ଉଧମ ସିଂ ନଗରରେ କୃଷକଙ୍କ ବିରୋଧରେ ହୋଇଥିବା ଏତଲାକୁ ନିନ୍ଦା କରିଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଘଟଣାକୁ ନିନ୍ଦା କରିବା ସହ ଏତଲା ତୁରନ୍ତ ପ୍ରତ୍ୟାହାର ଦାବି କରିଛି ମୋର୍ଚ୍ଚା ।

କୃଷକ ମାନଙ୍କ ବିରୋଧରେ ହୋଇଥିବା ଏତଲା ତୁରନ୍ତ ପ୍ରତ୍ୟାହାର ଦାବି କଲା ସଂଯୁକ୍ତ କୃଷକ ମୋର୍ଚ୍ଚା

କୃଷକ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିବା ସଂଯୁକ୍ତ କିଶାନ ମୋର୍ଚ୍ଚାର ନେତା ମନଜିତି ସିଂ ରାୟ କୁଣ୍ଡଳୀ ବର୍ଡରରୁ ଗାଜିପରୁ ବର୍ଡରରେ ପହଞ୍ଚି ଚାଷୀ ନେତାଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକରେ ଦିଲ୍ଲୀର ଶିଖ ଗୁରୁଦ୍ବାରର ପରିଚାଳନା କମିଟି ଅଧ୍ୟକ୍ଷ ମନଜିନ୍ଦର ସିଂଙ୍କ ସମେତ ବହୁ ଚାଷୀ ନେତା ଉପସ୍ଥିତ ଥିଲେ ।

ଏହି ଅବସରରେ ମନଜିତ ସିଂ କହିଛନ୍ତି ଯେ ସରକାର ଚାଷୀଙ୍କ ସ୍ବରକୁ ଦବାଇବାକୁ ଚେଷ୍ଟା କରୁଛନ୍ତି । ଉତ୍ତରାଖଣ୍ଡର ଉଧମ ସିଂ ନଗରରେ କୃଷକମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଜାରି ରଖିଥିବାବେଳେ ପ୍ରାୟ 15ଶହ କୃଷକଙ୍କ ଉପରେ ସ୍ଥାନୀୟ ବାଜପୁର ଥାନାରେ ଏତଲା କରାଯାଇଛି । ଏହା ଅଗଣତାନ୍ତ୍ରିକ ବୋଲି କହିବା ସହ ସରକାର ଏସବୁ କାର୍ଯ୍ୟକଳାପରୁ ନିବୃତ ରହିବା ପାଇଁ ସେ ଚେତାବନୀ ମଧ୍ୟ ଦେଇଛି ମୋର୍ଚ୍ଚା।

ନୂତନ ଆଇନକୁ ନେଇ କୃଷକମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବାବେଳେ ସରକାର ସେମାନଙ୍କୁ ବଳପ୍ରୟୋଗ କରି ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଛନ୍ତି । ଏହା ଲୋକତନ୍ତ୍ରର ହତ୍ୟା ବୋଲି ଅଭିଯୋଗ କରିଛନ୍ତି ମନଜିତ । ଆଗାମୀ ଦିନରେ ସରକାର ଯଦି ଏହି ସବୁ ପ୍ରୟାସରୁ ନିବୃତ ନ ରୁହନ୍ତି ଓ ଚାଷୀଙ୍କ ବିରୋଧରେ ହୋଇଥିବା ଏତଲା ପ୍ରତ୍ୟାହାର ନ କରନ୍ତି, ତେବେ ଦିଲ୍ଲୀ ଓ ବିଭିନ୍ନ ସ୍ଥାନରେ ପ୍ରତିବାଦକୁ ବ୍ୟାପକ କରାଯିବ । ଯେଉଁ ସବୁ ଜିଲ୍ଲାରେ କୃଷକଙ୍କ ବିରୋଧରେ ଏତଲା ରୁଜୁ ହୋଇଛି, ସେହି ସବୁ ଜିଲ୍ଲାର ଜିଲ୍ଲା ମୁଖ୍ୟାଳୟକୁ ଘେରାଉ କରିବ କିଶାନ ସଂଯୁକ୍ତ ମୋର୍ଚ୍ଚା ।

ଆସନ୍ତା 29 ତାରିଖରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମାନଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ପ୍ରଥମେ କୃଷକଙ୍କ ଉପରେ ଏତଲା ପ୍ରସଙ୍ଗ ଉଠାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନଜିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details