ନୂଆଦିଲ୍ଲୀ: କୋଭିଡ 19 ସମ୍ବନ୍ଧରେ ଏବେ ଲୋକେ ଦେବେ ଫିଡବ୍ୟାକ । ଏନେଇ ସେମାନଙ୍କ ନିକଟକୁ ଏକ ନମ୍ବରରୁ କଲ ଯିବ । ଏଥିରେ ସେମାନେ ମହାମାରୀ ବିଷୟରେ ନିଜ ମତାମତ ରଖିବେ ।
ଏନେଇ ମଙ୍ଗଳବାର କେନ୍ଦ୍ର ସରକାର ସୂଚନା ଦେଇଛନ୍ତି । ଏହା ଏକ ଟେଲିଫୋନିକ ସର୍ଭେ ହେବ । ଏଥିରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାର ଲୋକଙ୍କୁ ଏକ ନମ୍ବରରେ ଫୋନ କରିବେ । ଏହି ନମ୍ବର ହେଉଛି 1921 । ଫୋନ ଉଠାଇବା ପରେ ଲୋକଙ୍କୁ କୋଭିଡ 19 ସମ୍ବନ୍ଧରେ ମତାମତ ମଗାଯିବ । ଏହାର ଲକ୍ଷଣ ଓ ବ୍ୟାପିବାର କାରଣ ଲୋକଙ୍କଠାରୁ ଶୁଣିବେ ସରକାର । ଏହି ସମସ୍ତ ମତାମତ ଉପରେ ସରକାର ଆଲୋଚନା କରି ମହାମାରୀ ମୁକାବିଲାର ନୂଆ ଉପାୟ ଖୋଜିବେ ।