ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଏଣିକି ପର୍ଯ୍ୟଟନ ଭିସାର ବୈଦ୍ଧତା 5 ବର୍ଷ ରହିବ । କେନ୍ଦ୍ର ସରକାର ଏହାକୁ ଏକ ବର୍ଷରୁ ବୃଦ୍ଧି କରି 5 ବର୍ଷ କରିଛନ୍ତି । ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ସୂଚନା ଦେଇଛନ୍ତି । ସେ କହିଛନ୍ତି କି 134ଟି ପାହାଡ଼ିଆ ଅଞ୍ଚଳରେ ପର୍ବତାରୋହଣ ଓ ଟ୍ରାକିଂ କରିବା ପାଇଁ ମଧ୍ୟ ଅନୁମତି ପ୍ରଦାନ କରିଛନ୍ତି । ଏହା ସହିତ ଟୁରିଷ୍ଟ ଭିସା ପାଇଁ ପର୍ଯ୍ୟଟକଙ୍କୁ କମ ଅର୍ଥ ଦେବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି ।
"ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାର ସମ୍ଭାବନା ଦେଖାଦେଇଛି । ବିଦେଶୀ ପର୍ଯ୍ୟଟକ ଦେଶକୁ ଆସିଲେ ବିଦେଶୀ ମୁଦ୍ରା ମଧ୍ୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । "
ମନ୍ତ୍ରୀ ଶ୍ରୀ ପଟେଲ କହିଛନ୍ତି କି, କେନ୍ଦ୍ର ସରକାର ଏହି ଟୁରିଜିମ ଭିସାର ସମୟସୀମାକୁ ବୃଦ୍ଧି କରି 5 ବର୍ଷ କରିଛନ୍ତି । ଫଳରେ ବିଦେଶରୁ ଆସୁଥିବା ପର୍ଯ୍ୟଟକମାନେ ପୁରା ଦେଶ ବୁଲିବାକୁ ଯଥେଷ୍ଟ ସମୟ ପାଇ ପାରିବେ । ପୂର୍ବରୁ ଏହି ଭିସାର ସମୟସୀମା ଏକ ବର୍ଷ ରହିଥିଲା । ଫଳରେ ଟୁରିଷ୍ଟମାନେ ବୁଲିବା ପାଇଁ ଯଥେଷ୍ଟ ସମୟ ପାଇ ପାରୁନଥିଲେ । ଏହା ସହିତ ଭିସା କାର୍ଯ୍ୟ ମଧ୍ୟ କରିବାକୁ ଯଥେଷ୍ଟ ସମୟ ପାଇ ପାରିବେ ବୋଲି ସେ କହିଥିଲେ ।