ନୂଆଦିଲ୍ଲୀ: ନିର୍ବାଚନୀ ପ୍ରତିଶୃତି ପୂରଣ କରିବା ଦିଗରେ ପୁଣି ଥରେ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ସମଗ୍ର ଦେଶର ପାଖାପାଖି 14.5 କୋଟି ଚାଷୀଙ୍କୁ PM-KISAN ଯୋଜନାରେ ସାମିଲ କରାଯିବ । ଏହି ଯୋଜନାରେ ପ୍ରତି ଚାଷୀଙ୍କୁ ବର୍ଷକେ 3ଟି କିସ୍ତିରେ 6 ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି ଶନିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି । ସବୁଠାରୁ ବଡକଥା ହେଉଛି ଏହି ଯୋଜନାରେ ସମସ୍ତ ବର୍ଗର ଚାଷୀଙ୍କୁ ଅନ୍ତର୍ଭୁକ୍ତ କରାଯିବ ।
ସବୁବର୍ଗର ଚାଷୀଙ୍କୁ ମିଳିବ PM-KISAN ଟଙ୍କା: କେନ୍ଦ୍ର ସରକାର - PM-KISAN portal
ଅନ୍ତରିଣ ବଜେଟରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ପାଇଁ 75 ହଜାର କୋଟି ଟଙ୍କା ଘୋଷଣା ହୋଇଥିଲା । ଏହି ଯୋଜନାରେ ପାଖାପାଖି 14.5 କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ସମସ୍ତ ଭାଗ ଚାଷୀଙ୍କୁ ପ୍ରତିବର୍ଷ 3ଟି କିସ୍ତିରେ 6 ହଜାର ଟଙ୍କା ମିଳିବ ବୋଲି ସ୍ଥିର ହୋଇଥିଲା ।
![ସବୁବର୍ଗର ଚାଷୀଙ୍କୁ ମିଳିବ PM-KISAN ଟଙ୍କା: କେନ୍ଦ୍ର ସରକାର](https://etvbharatimages.akamaized.net/etvbharat/prod-images/768-512-3507211-867-3507211-1559996614480.jpg)
ଫାଇଲ ଫଟୋ
ଦ୍ବିତୀୟ ଥର କ୍ଷମତାକୁ ଫେରିବା ପରେ ଏନଡିଏ ସରକାରର ପ୍ରଥମ କ୍ୟାବିନେଟ ବୈଠକ ମେ 31ରେ ବସିଥିଲା । ତେବେ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । 2019 ସାଧାରଣ ନିର୍ବାଚନରେ ବିଜେପିର ନିର୍ବାଚନୀ ଇସ୍ତାହାର ଥିଲା ସବୁବର୍ଗର ଚାଷୀଙ୍କୁ PM-KISAN ଯୋଜନାରେ ସାମିଲ କରାଯିବ ।
କେନ୍ଦ୍ର ସରକାରଙ୍କର ଏହି ନିଷ୍ପତ୍ତିକୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଲିଖିତ ଭାବେ ଅବଗତ କରାଇବା ସହ ହିତାଧିକାରୀଙ୍କୁ ଚିହ୍ନଟ କରି କେନ୍ଦ୍ରକୁ ରିପୋର୍ଟ ଦେବାକୁ କହିଛନ୍ତି ।
Last Updated : Jun 8, 2019, 7:44 PM IST