ଓଡିଶା

odisha

ETV Bharat / bharat

ମୁକ୍ତିଯୋଦ୍ଧା ନେତାଜୀଙ୍କ ସ୍ମୃତିରେ ମୋଦି ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି - ନେତାଜୀ ସୁଭାଷ ଚନ୍ଦ୍ର ବୋଷ

ନେତାଜୀଙ୍କ 125ତମ ଜୟନ୍ତୀ ପାଳନ କରିବାକୁ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି 23 ଜାନୁଆରୀ 2021ରେ ଆରମ୍ଭ ହେବାକୁ ଥିବା ଗୋଟିଏ ବର୍ଷର ସ୍ମରଣୋତ୍ସବର ଗତିବିଧିର ନିର୍ଣ୍ଣୟ ନେବ । ଅଧିକ ପଢନ୍ତୁ...

ମୁକ୍ତିଯୋଦ୍ଧା ନେତାଜୀଙ୍କ ସ୍ମୃତିରେ ମୋଦି ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି
ମୁକ୍ତିଯୋଦ୍ଧା ନେତାଜୀଙ୍କ ସ୍ମୃତିରେ ମୋଦି ସରକାର ଗଠନ କରିବେ ଉଚ୍ଚସ୍ତରୀୟ କମିଟି

By

Published : Dec 21, 2020, 10:25 PM IST

ନୂଆଦିଲ୍ଲୀ: ମାତୃଭୂମି ପାଇଁ ସର୍ବଦା ସଂଗ୍ରାମ କରିଥିବା ମୁକ୍ତିଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଦିବସରେ ଶ୍ରଦ୍ଧାଞ୍ଜଳି ଦେବାକୁ ଭବ୍ୟ ଆୟୋଜନ କରୁଛନ୍ତି ମୋଦି ସରକାର । ନେତାଜୀଙ୍କ 125 ତମ ଜୟନ୍ତୀ ପାଳନ କରିବାକୁ ସରକାର ଏକ ଉଚ୍ଚ ସ୍ତରୀୟ କମିଟି ଗଠନ ନେଇ ନିଷ୍ପତ୍ତି ନେଇଛନ୍ତି । ଏହି କମିଟି 23 ଜାନୁଆରୀ 2021ରେ ଆରମ୍ଭ ହେବାକୁ ଥିବା ଗୋଟିଏ ବର୍ଷର ସ୍ମରଣୋତ୍ସବର ଗତିବିଧିର ନିର୍ଣ୍ଣୟ ନେବ ।

ସରକାରଙ୍କ ପକ୍ଷରୁ ଗଠନ ହେବାକୁ ଥିବା ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷତା କରିବେ କେନ୍ଦ୍ରଗୃହମନ୍ତ୍ରୀ ଅମିତ ଶାହ । ଏହି ବର୍ଷକୁ ଶ୍ରଦ୍ଧାଞ୍ଜଳି ବର୍ଷ ରୂପେ ଆୟୋଜିତ କରାଯିବା ସହ ଭାରତର ସ୍ବାଧୀନତା ସଂଗ୍ରାମରେ ନେତାଜୀଙ୍କ ମହାନ ଯୋଗଦାନ ପାଇଁ କୃତଜ୍ଞତା ସ୍ବରୂପ ପାଳନ କରାଯିବ ।

ନେତାଜୀ ବୋଷଙ୍କ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ସର୍ବଦା ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତି ତାଙ୍କ ବୀରତ୍ବ ଓ ଉପନିବେଶବାଦର ବିରୋଧ କରିବାରେ ତାଙ୍କ ଅତୁଟ ଯୋଗଦାନ ଆଗରେ କୃତଜ୍ଞ ରହିବ । ସେ ଜଣେ ଏପରି ବୀର ସନ୍ତାନ ଥିଲେ ଯିଏ ପ୍ରତ୍ୟେକ ଭାରତୀୟଙ୍କୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ କରିଥିଲେ କି ସେମାନେ ସମ୍ମାନର ଜୀବନ ବଞ୍ଚୁଛନ୍ତି । ସୁଭାଷ ବାବୁ ନିଜ ବୌଦ୍ଧିକ କୂଶଳତା ଓ ସଂଗଠନାତ୍ମକ କୌଶଳ ପାଇଁ ପରିଚିତ । ଆମେ ତାଙ୍କ ଆଦର୍ଶକୁ ପୁରା କରିବା ଓ ଏକ ସୁଦୃଢ ଭାରତ ଗଠନ ପାଇଁ ପ୍ରତିବଦ୍ଧ ବୋଲି କହିଛନ୍ତି ମୋଦି ।

ଉଚ୍ଚସ୍ତରୀୟ ସ୍ମୃତି କମିଟିର ସଦସ୍ୟଙ୍କ ମଧ୍ୟରେ ବିଶେଷଜ୍ଞ, ଇତିହାସବିତ, ଲେଖକ, ନେତାଜୀଙ୍କ ପରିବାରର ସଦସ୍ୟ ଓ ଆଜାଦ ହିନ୍ଦ ଫୌଜ ସମେତ ଆଇଏନଏ ସହ ଜଡିତ ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ରହିବେ । ଏହି କମିଟି ଦିଲ୍ଲୀ, କୋଲକାତା, ନେତାଜୀ ଓ ଆଜାଦହିନ୍ଦ ଫୌଜ ସହ ଜଡିତ ଅନ୍ୟ ସ୍ଥାନରେ ଭାରତ ସହିତ ବିଦେଶରେ ମଧ୍ୟ ଗତିବିଧି ପାଇଁ ମାର୍ଗଦର୍ଶନ କରିବ ।

ନିକଟରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୂଲ୍ୟବାନ ସ୍ମୃତିକୁ ସଂରକ୍ଷିତ ରଖିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଥିଲେ । ଲାଲକିଲ୍ଲାରେ ନେତାଜୀଙ୍କର ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି, ଯାହାର ଉଦଘାଟନ 23 ଜାନୁଆରୀ 2019ରେ ପ୍ରଧାନମନ୍ତ୍ରୀ କରିଥିଲେ । ଐତିହାସିକ ଭିକ୍ଟୋରିଆ ମେମୋରିଆଲ ଭବନରେ ଏକ ସ୍ଥାୟୀ ପ୍ରଦର୍ଶନୀ ଓ ନେତାଜୀଙ୍କ ଉପରେ ଲାଇଟ ସାଉଣ୍ଡ ଶୋ'ର ସ୍ଥାପନା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି ।

2015ରେ ଭାରତ ସରକାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ବନ୍ଧିତ ଫାଇଲ ସାର୍ବଜନୀନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । 4 ଡିସେମ୍ବର 2015ରେ 33 ଫାଇଲକୁ ସାର୍ବଜନୀନ କରାଯାଇଥିଲା । ଜନସାଧାରଣଙ୍କ ଦୀର୍ଘ ଦିନର ଦାବିକୁ ପୁରା କରିବା ପାଇଁ 23 ଜାନୁଆରୀ 2016ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ନେତାଜୀଙ୍କ ସମ୍ବନ୍ଧିତ 100 ଫାଇଲର ଡିଜିଟାଲ ପ୍ରକ୍ରିୟା ମଧ୍ୟ ଜାରି କରାଯାଇଥିଲା ।

କେବଳ ଏତିକି ନୁହେଁ, 2018ରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ଗସ୍ତ ସମୟରେ ନେତାଜୀ ସୁବାଷ ବୋଷଙ୍କ ଦ୍ବାରା ତ୍ରିରଙ୍ଗା ଉଡାଇବାର 75 ତମ ବାର୍ଷିକୀ ଅବସରରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଜାଦ ହିନ୍ଦ ଫୌଜର ଅନ୍ତିମ ସରକାରକୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଏହି ସରକାର ଦ୍ବୀପପୁଞ୍ଜରୁ ପ୍ରତିନିଧିତ୍ବ କରିଥିଲା । ପ୍ରଧାନମନ୍ତ୍ରୀ ଆଣ୍ଡାମାନ ଓ ନିକୋବର 3ଟି ଦ୍ବୀପର ନାଁ ମଧ୍ୟ ପରିବର୍ତ୍ତନ କରିଥିଲେ । ରସ୍‌ ଦ୍ବୀପର ନାଁ ପରିବର୍ତ୍ତନ କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଦ୍ବୀପ ରଖାଯାଇଥିଲା ।

ABOUT THE AUTHOR

...view details