ନୂଆଦିଲ୍ଲୀ: ପୁଣି ଫେଲ୍ ମାରିଲା ସରକାର-ଚାଷୀ ଆଲୋଚନା । ସପ୍ତମ ଥର ଦିଲ୍ଲୀର ବିଜ୍ଞାନ ଭବନରେ ହୋଇଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ସ ବାହାରିପାରିଲାନି । ଚାଷୀ ସଂଗଠନ କୃଷି ନିୟମକୁ ରଦ୍ଦ କରିବାକୁ ଦାବି କରି ଆସୁଛନ୍ତି । ଅନ୍ୟପକ୍ଷେ ସରକାର ପୁଣି ଆଲୋଚନା କରାଯିବ ବୋଲି କହିଛନ୍ତି । ପରବର୍ତ୍ତୀ ଆଲୋଚନା ଜାନୁଆରୀ 8ରେ ଆୟୋଜନ କରାଯିବ ।
ସରକାରଙ୍କ ସହ ବୈଠକ ପରେ କୃଷକ ନେତା ରାକେଶ ଟିକୈତ କହିଛନ୍ତି, 8 ଜାନୁଆରୀରେ ପୁଣି ଆଲୋଚନା ହେବ । ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଓ ଏମଏସପି ମୁଦ୍ଦା ବିଷୟରେ 8 ଜାନୁଆରୀରେ ଆଲୋଚନା ହେବ । ଅନ୍ୟପକ୍ଷେ କୃଷକ ସଂଗଠନ ସରକାରଙ୍କୁ ସିଧାସଳଖ ଆଇନ ରଦ୍ଦ ନହେଲେ ଘରକୁ ଫେରିବୁ ନାହିଁ ବୋଲି କହିଛନ୍ତି ।