ନୂଆଦିଲ୍ଲୀ:ବଜେଟ ଅଭିଭାଷଣ ବେଳେ କେନ୍ଦ୍ର ସରକାରଙ୍କ କୋଭିଡ ମୁକାବିଲା ପାଇଁ ପ୍ରଶଂସାରେ ଶତମୁଖ ରାଷ୍ଟ୍ରପତି କୋବିନ୍ଦ । ସରକାରଙ୍କ ଉଚିତ ପଦକ୍ଷେପ ପାଇଁ କୋରୋନା ସ୍ଥିତି ନିୟନ୍ତ୍ରଣ ରହିଛି। ଏହାସହ ଅନେକ ଜୀବନ ଭାଇରସ କବଳରୁ ବଞ୍ଚିଯାଇଛି । ମହାମାରୀ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଲୋକଙ୍କ ସମସ୍ତ କ୍ଷେତ୍ରର ଉନ୍ନତ କରିବା ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି ବୋଲି ସଂସଦର ବଜେଟ୍ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ସନ୍ତୁଷ୍ଟ ଯେ କେନ୍ଦ୍ର ସରକାର ନେଇଥିବା ଠିକ ସମୟର ପଦକ୍ଷେପ ପାଇଁ ଲକ୍ଷ ଲକ୍ଷ ନାଗରିକଙ୍କ ଜୀବନ ରକ୍ଷା ହୋଇପାରିଛି । ଯେଉଁଥି ପାଇଁ ଆଜିକା ସମୟରେ ନୂତନ କୋରୋନା ମାମଲା ଦ୍ରୁତ ଗତିରେ ହ୍ରାସ ପାଉଛି ଓ ସୁସ୍ଥହାର ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇଛି।"