ପାଟନା: ବିହାର ବର୍ତ୍ତମାନ ଦୁଇଟି ଅସୁବିଧାର ସମ୍ମୁଖୀନ ହେଉଛି। ଗୋଟିଏ ହେଉଛି ବନ୍ୟା ପରିସ୍ଥିତି ଓ ଅନ୍ୟ ପଟେ କୋରୋନା ମାଡ । ଏହାସହ ପ୍ରଶାସନର ବିଫଳତା। ବନ୍ୟା କାରଣରୁ ଗୋପାଳଗଞ୍ଜ ବ୍ରିଜର ଏକ ଅଂଶ ଭୁଶୁଡିଯାଇଥିବା ଦେଖିବାକୁ ମିଳିଛି । ଏହି ସତ୍ତରଘାଟ ମହାସେତୁ ଏକ ମାସ ପୂର୍ବରୁ 264 କୋଟି ଟଙ୍କା ବ୍ୟୟ ଅଟକଳରେ ଉଦଘାଟିତ ହୋଇଥିଲା, ଯାହା ଏବେ ଧୋଇ ହୋଇଯାଇଛି ।
16 ଜୁନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସେତୁ ଉଦଘାଟନ କରିଥିଲେ। ଉଚ୍ଚ ଜଳ ଚାପ ଯୋଗୁଁ ସେତୁ ଭାଙ୍ଗିଯାଇଛି । ସେତୁ ଧୋଇହେଇଯିବା କାରଣରୁ ଲାଲଛାପର, ମୁଜାଫରପୁର, ମୋତିହାରୀ, ବେତିୟା ଯିବା ରାସ୍ତା ବନ୍ଦ ହୋଇଯାଇଛି । ଏହି ସେତୁ ଗୋପାଳଗଞ୍ଜକୁ ଚମ୍ପରନ୍ ଓ ତିରୁହୁତର ଅନେକ ଜିଲ୍ଲା ସହିତ ସଂଯୋଗ କରିଥିଲା । ପ୍ରକାଶଥାଉକି, ବୁଧବାର ଗୋପାଳଗଞ୍ଜରେ 3 ଲକ୍ଷ କ୍ୟୁସେକ୍ ଜଳର ପ୍ରଭାବ ଆସିଥିଲା । ଜଳର ଏତେ ପ୍ରଭାବ ସେତୁ ସମ୍ଭାଳି ପାରିନଥିଲା ଓ ଧୋଇହୋଇଯାଇଥିଲା ।