ଓଡିଶା

odisha

ETV Bharat / bharat

'ସେନାଙ୍କୁ ନେଇ ନୁହେଁ ସଠିକ ମୁଦ୍ଦାରେ ବିତର୍କ କରୁ ବିଜେପି' - Delhi

ବାଲାକୋଟ ଆକ୍ରମଣ ପରେ ରାଜନୈତିକ ବୟାନବାଜି ଜାରି ରହିଛି। ଏହି କ୍ରମରେ ପଛରେ ପଡିନାହିଁ ଆପ୍(ଆମ ଆଦମୀ ପାର୍ଟି)। ଆଗରୁ ବି ବିଭିନ୍ନ ରାଜନୈତିକ ଦଳ ଏନେଇ ବିଜେପିକୁ ଟାର୍ଗେଟ କରିଛନ୍ତି।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Mar 6, 2019, 4:58 AM IST

ନୂଆଦିଲ୍ଲୀ: ବାଲାକୋଟ ଆକ୍ରମଣ ପରେ ରାଜନୈତିକ ବୟାନବାଜି ଜାରି ରହିଛି। ଏହି କ୍ରମରେ ପଛରେ ପଡିନାହିଁ ଆପ୍(ଆମ ଆଦମୀ ପାର୍ଟି)। ଆଗରୁ ବି ବିଭିନ୍ନ ରାଜନୈତିକ ଦଳ ଏନେଇ ବିଜେପିକୁ ଟାର୍ଗେଟ କରିଛନ୍ତି। ବାଲାକୋଟ ଆକ୍ରମଣ ପରେ ମୋଦିଙ୍କୁ ପଲିଟିକାଲ ମାଇଲେଜ ମିଳିବ ବୋଲି ଅଭିଯୋଗ ମଧ୍ୟ ଆସିଛି। ତେବେ ଏନେଇ ଆପ ମଧ୍ୟ ସ୍ୱର ଉଠାଇଛି। ଦଳ ପକ୍ଷରୁ ଏକଥା ବି କୁହାଯାଇଛି, କି ସେନାଙ୍କୁ ସାହାରା କରି ନୁହେଁ ମୋଦି ସରକାର ସଠିକ ମୁଦ୍ଦାରେ ଆପକୁ ସାମ୍ନା କରୁ।

ଘନ ଘନ ବୈଠକ କରି ବିଜେପି ସରକାରକୁ ଟାର୍ଗେଟ କରିବାକୁ ପଛାଉନାହାଁନ୍ତି ବିପକ୍ଷ। ଦିଲ୍ଲୀରେ ଏନେଇ ଏକ ବୈଠକରେ ସରକାରଙ୍କୁ ଟାର୍ଗେଟ କରିଛି ଆପ। ଦଳର କହିବା କଥା, ଆଗକୁ ନିର୍ବାଚନ। ପ୍ରତିଟି ଦଳ ନିଜ ନିଜ ରଣନୀତି ପ୍ରସ୍ତୁତ କରୁଥିବାବେଳେ ବିଜେପି ନିଜର ଦୋଷ ଲୁଚାଇବାକୁ ଚେଷ୍ଟା କରୁଛି।

ବିଗତ ଦିନମାନଙ୍କରେ ଯେଉଁ ଭୁଲ କରିଛି ଦଳ ତାକୁ ଘୋଡାଇବାକୁ ବାଲାକୋଟ ଆକ୍ରମଣ ହୋଇଛି। ଆଉ ଏହାକୁ ସାହାରା କରି ମୋଦି ସରକାର ନିର୍ବାଚନୀ ବୈତରଣୀ ପାର୍ ହେବାକୁ ସତଚେଷ୍ଟିତ ବୋଲି ଦଳ ଏକ ବୈଠକରେ ଅଭିଯୋଗ ଆଣିଛି।

ସାଧାରଣ ନିର୍ବାଚନରେ କାଳେ ବିଜେପି ହାରିଯିବ, ସେ ନେଇ ସେନା କଥା ଉଠାଇ ବିଜେପି ଆଗକୁ ଯିବାକୁ ଚାହୁଁଛି ବୋଲି ଆପ କହିଛି। ତେଣୁ ଜରୁରୀ ମୁଦ୍ଦାକୁ ନେଇ ବିଜେପି ଆପକୁ ସାମ୍ନା କରୁ ବୋଲି ରଣହୁଙ୍କାର ଦେଇଛି ଦଳ।

For All Latest Updates

ABOUT THE AUTHOR

...view details